Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଜଙ୍ଗଲ ଭିତରେ ମାଟତଳୁ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ଶବ ଉଦ୍ଧାର, ଜଣେ ଅଟକ

20/05/2019 at 9:05 PM

କୁଚିଣ୍ଡା ୨୦।୫  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଖମାର ବାହାଲ ରୁଗୁଡିଖୋଲ ଜଙ୍ଗଲରେ ମାଟି ତଳେ ପୋତା ଯାଇଥିବା ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ଶବ ପୋଲିସ ଉଦ୍ଧାର କରିଛି । ମୃତ ମହିଳାଙ୍କ ନାମ ଲତା ସୁନା ମଢେଇ ବୋଲି ଜଣାପଡିଛି । ଲତା ମଢେଇ ସ୍ବାମୀ ପରିତ୍ୟକ୍ତା ଥିଲେ । କିଛି ମାସ ହେଲା ସେ କୁନ୍ଦା ଲହୁରାଙ୍କ ସହ ରହୁଥିଲେ। କୁନ୍ଦା ଅବିବାହିତ ଥିଲେ।  ଉଭୟ କୁନ୍ଦା ଲହୁରା ଓ ଲତା ସୁନା ମଢେଇ ନିକଟସ୍ଥ ଖମାର ବାହାଲ ଗାଁର ରାଜେଶ ନାୟକଙ୍କ ଘରେ କାମ କରୁଥିଲେ। ଗତ ୧୨ ତାରିଖରୁ ଲତା କାମକୁ ଯାଉନଥିଲେ। ଦୀର୍ଘ ଦିନ ହେଲା ତାଙ୍କର କୌଣସି ପତା ମିଳୁନଥିଲା। ଫଳରେ ଲତାଙ୍କ ଜଣେ ସମ୍ପର୍କିୟା ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ଘଟଣାର ଅନୁସନ୍ଧାନ କରିବା ସହ ବିଭିନ୍ନ ସୂତ୍ରରୁ ଖବର ନେଇ ରୁଗୁଡିଖୋଲ ଜଙ୍ଗଲର ମାଟିତଳୁ ଲତାଙ୍କ ଗଳିତ ଶବ ଉଦ୍ଧାର କରିଛି । ଲତାଙ୍କୁ ହତ୍ୟା କରାଯିବା ପରେ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଥିବା ପୋଲିସ ଅନୁମାନ କରୁଛି। ଏହି ମାମଲାରେ କୁନ୍ଦା ଲହୁରାକୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି ।

   Related Posts