Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଇତିହାସ ରଚିବ ଇସ୍ରୋ: କିଛି ସମୟ ପରେ ଲଞ୍ଚ ହେବ ଆର୍ଥ ଇମେଜିଙ୍ଗ ଆଣ୍ଡ ମ୍ୟାପିଂ ସାଟେଲାଇଟ୍ ବା କାର୍ଟୋସାଟ୍-୩

27/11/2019 at 8:51 AM

ଶ୍ରୀହରିକୋଟା ୨୭।୧୧: ଲଞ୍ଚ ହେବ ଆର୍ଥ ଇମେଜିଙ୍ଗ ଆଣ୍ଡ ମ୍ୟାପିଂ ସାଟେଲାଇଟ୍ ବା କାର୍ଟୋସାଟ୍-୩ । ଶ୍ରୀହରକୋଟା ଲଞ୍ଚ ପ୍ୟାଡ୍ ରୁ ଏହା ସକାଳ ୯ଟା ୨୮ ମିନିଟ୍ ରେ ଲଞ୍ଚ କରାଯିବାକୁ ଧାର୍ଯ୍ୟ କରାଯାଇଛି । ଏହା ସହ ଆମେରିକାର ଅନ୍ୟ ୧୩ ଟି ଛୋଟ ବାଣିଜ୍ୟିକ ସାଟେଲାଇଟ୍ ମଧ୍ୟ ଲଞ୍ଚହେବ । ଏଥିପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି । ପିଏସ୍ ଏଲ୍ ଭି -C47 ରକେଟ୍ ଦ୍ବାରା ଲଞ୍ଚ ହେବାକୁ ଥିବା କାର୍ଟୋସାଟ୍ ର ଓଜନ ୧୬୨୫ କିଲୋଗ୍ରାମ । ତେବେ ସବୁଠୁ ବଡ କଥା ହେଉଛି ୨୭ ମିନିଟ୍ ରେ ଏହି ୧୪ ଟି ସାଟେଲାଇଟ୍ ଲଞ୍ଚ ହେବ ।

 କାର୍ଟୋସାଟ୍ -୩ ହେଉଛି ଥାର୍ଡ ଜେନେରେସନ୍ ର ସବୁଠୁ ଉଚ୍ଚକ୍ଷମତା ସଂପର୍ଣ୍ଣ ଉପଗ୍ରହ ।  ଏହି ସାଟେଲାଇଟ୍ ଦ୍ବାରା ଉଚ୍ଚକ୍ଷମତା ସଂପନ୍ନ ଫଟୋ ଉଠାଯାଇପାରିବ । ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପାଇଁ ଏହା ବେଶ ସହାୟକ ହୋଇପାରିବ । ସେହିଭଳି ଅନ୍ତରୀକ୍ଷରୁ ଏହା ଭାରତର ସୀମା ଉପରେ ମଧ୍ୟ ନଜର ରଖିପାରିବ । ଏହି ସାଟେଲାଇଟ୍ ଲଞ୍ଚ କରିବାରେ ପିଏସ୍ ଏଲ୍ ଭି -C47 ହେବ୨୧ ତମ ଫ୍ଲାଇଟ୍ ଯାହା ଏକ୍ସଏଲ୍ ଆକାରର । ପିଏସ୍ ଏଲ୍ ଭି ୩୨୦ ଟନ୍  ଓଜନ ଏବଂ ୪୪ ମିଟର ଲମ୍ବା ରକେଟ୍ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଇସ୍ରୋ ଗତ ୨୨ ମେରେ କାର୍ଟୋସାଟ୍ – ୨ ରେ ଲଞ୍ଚ ହୋଇଥିଲା ।

   Related Posts