ଆଉ ଦେଖିବାକୁ ମିଳିବନି କଟାକ୍ଷ ଚିତ୍ର, ପରଲୋକରେ ପ୍ରଖ୍ୟାତ କାର୍ଟୁନିଷ୍ଟ କିଶୋର ରଥ

Published By : Prameya-News7 Bureau | November 08, 2021 IST

ଭୁବନେଶ୍ୱର ୦୮।୧୧ : ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ପରଲୋକ । ସୋମବାର ସକାଳ ସମୟରେ ତାଙ୍କର ପରଲୋକ ହୋଇଛି । ଏନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା ।

ଖବର ଅନୁଯାୟୀ, ୧୯୬୩ରେ ଜନ୍ମିତ କିଶୋର ରଥ ରାଜ୍ୟର ବେଶ୍‌ ଜଣାଶୁଣା କାର୍ଟୁନିଷ୍ଟ ଭାବେ ପରିଚିତ ଥିଲେ । ଖଲିକୋଟ ଆର୍ଟ କଲେଜରୁ ଫାଇନ୍‌ ଆର୍ଟସରେ ସ୍ନାତକ ପରେ ପେସାଦର ବ୍ୟଙ୍ଗ ଚିତ୍ରକର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କିଶୋରଙ୍କ ଦ୍ୱାରା ରଚିତ ବହୁ ବ୍ୟଙ୍ଗ କବିତା ଓ ଚିତ୍ର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି। କିଶୋରଙ୍କର ଏହି ବ୍ୟଙ୍ଗ ଚିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।

wp:html /wp:html

ସୋମବାର ସକାଳ ସମୟରେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦ୍‌ଗତି କାମନା ସହ ପରିବାରକୁ ଗଭୀର ସମବେଦନା ଉପସ୍ଥାପନର ନିଜସ୍ବ ସ୍ବତନ୍ତ୍ର ଶୈଳୀ ପାଇଁ କିଶୋର ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.