କାର୍ଟୁନରେ ରାଜନେତାଙ୍କୁ କଟାକ୍ଷ କରୁଛନ୍ତି କେଶୁ ଦାସ, ଛୁଉଁଛି ଭୋଟରଙ୍କ ମନ : ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ୍

Published By : Prameya-News7 Bureau | April 17, 2019 IST

ବାଲେଶ୍ବର ୧୭|୪: ସମଗ୍ର ବିଶ୍ବରେ କାର୍ଟୁନର ଚାହିଦା ଅନେକ। ଏହି କାର୍ଟୁନ ମାଧ୍ୟମରେ ବ୍ୟକ୍ତିର ବିଭିନ୍ନ ଗୁଣ ଓ କାର୍ଯ୍ୟକଳାପକୁ ବ୍ୟଙ୍ଗ ମାଧ୍ୟମରେ ଲୋକ ଲୋଚନକୁ ଅଣାଯାଇପାରେ। ଏହା ମଧ୍ୟ ଲୋକଙ୍କ ମନକୁ ଖୁବ୍ ଛୁଇଁଥାଏ । ଅଧିକ କାର୍ଟୁନ ଦେଖିବାକୁ ମିଳିଥାଏ ନେତାମାନଙ୍କର।

{"id":104322}

ନେତାମାନେ ମଧ୍ୟ ଏହି କାର୍ଟୁନ ଗୁଡ଼ିକୁ ଖୁବ୍ ଭୟ କରିଥାନ୍ତି। କାର୍ଟୁନିଷ୍ଟି କେଶୁ ଦାସ ନିର୍ବ।ଚନ ଆସିଲେ ତାଙ୍କର କାର୍ଟୁନ ମାଧ୍ୟମରେ ନେତାମାନଙ୍କୁ ଘାଇଲା କରିଦିଅନ୍ତି। ଚଳିତ ନିର୍ବ।ଚନରେ ମଧ୍ୟ ସେ ୨୦ରୁ ଅଧିକ କାର୍ଟୁନ କରି ଚର୍ଚ୍ଚ।କୁ ଆସିଛନ୍ତି। 

{"id":104331}

କାର୍ଟୁନିଷ୍ଟ କେଶୁ ଦାସ କାର୍ଟୁନ କରିବାରେ ମାଷ୍ଟର। ବାଲେଶ୍ବର ରେମୁଣା ଗୋଲାଇ ନିକଟରେ ଥିବା ତାଙ୍କ ଘରେ ବସି ଏବେ ଆଙ୍କି ଚାଲିଛନ୍ତି ନେତାଙ୍କର କାର୍ଟୁନ। ବାଲେଶ୍ବର ଲୋକସଭା ନିର୍ବ।ଚନମଣ୍ଡଳିର ପ୍ରମୁଖ ପ୍ରାର୍ଥୀଙ୍କ ସମେତ ୭ଟି ବିଧାନସଭା  ନିର୍ବ।ଚନମଣ୍ଡଳୀର କିଛି ପ୍ରାର୍ଥୀଙ୍କ କରିଛନ୍ତି କାର୍ଟୁନ। ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି।

{"id":104325}

ସବୁଠୁ ଆକର୍ଷଣୀୟ ହୋଇଛି ବିଜେଡି ପ୍ରାର୍ଥୀ ସାଂସଦ ରବିନ୍ଦ୍ର ଜେନାଙ୍କର ରାବଣ ମୁଣ୍ଡ, ପ୍ରତାପ ଷଡ଼ଙ୍ଗୀଙ୍କର ଚିତ୍ର, ନୀଳଗିରି ବିଜେଡ଼ି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କର ଛବି, ବାଲେଶ୍ବର ସଦର ନିର୍ବ।ଚନ ମଣ୍ଡଳିର ପ୍ରାର୍ଥୀ ଜୀବନ, ମଦନ ଓ ମାନସଙ୍କର କାର୍ଟୁନ। ସାଧାରଣ ଭୋଟରଙ୍କର ମନକୁ ଏହା ଖୁବ୍ ଛୁଇଁଛି।

{"id":104326,"align":"center","width":403,"height":570}

କାର୍ଟୁନିଷ୍ଟ କେଶୁ ଦାସଙ୍କର କହିବା କଥା ଯାହା ମୁହଁରେ କହି ହୁଏନି ତାହା ତୁଳୀରେ କୁହାଯାଇପାରେ। ତାହା ବ୍ୟଙ୍ଗମାଧ୍ୟମରେ ହଲେ ଅଧିକ ଜନାଦୃତ ହୋଇଥାଏ। ଏହା ଲୋକଙ୍କର ପ୍ରବୃତିକୁ ହଟାଇବାର ଏକ ଉତ୍ତମ ମାଧ୍ୟମ। କେଶୁ ଦୀର୍ଘ ବର୍ଷ ଧରି ଏହି କାର୍ଟୁନ କରିଆସୁଛନ୍ତି। ଏହି କାର୍ଟୁନ ପାଇଁ ଅନେକ ନେତା ତାଙ୍କୁ ଅନେକ ଧମକ ଚମକ ମଧ୍ୟ ଦେଇଛନ୍ତି। ଅନେକ ମଧ୍ୟ ପ୍ରଶଂସା କରିଛନ୍ତି।

{"id":104327}

ହେଲେ କେହି ତାଙ୍କର ତୁଳୀକୁ କିଣିପାରିନାହାନ୍ତି। ସକାଳୁ ଉଠିଲେ ସେ  ଧରିବସନ୍ତି ତୁଳୀ। ପରେ ସେ ତାକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥାନ୍ତି। ଗାଳି ତାଙ୍କୁ ଅଧିକା ଭଲ ଲାଗେ। ପୂର୍ବରୁ ପୋଷ୍ଟର କରି ବିଭିନ୍ନ ଛକ ମାନଙ୍କରେ ଲଗାଉଥିଲେ। ଏବେ କିନ୍ତୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଛନ୍ତି।

{"id":104328}

ବର୍ତ୍ତମାନ ସୁଦ୍ଧା ସେ ୨୦ରୁ ଅଧିକ କାର୍ଟୁନ କରିସାରିଲେଣି। କିଛି କାର୍ଟୁନ ୫୦ରୁ ୧୦୦ ଦର୍ଶକ ସେୟାର କରିଥିବାବେଳେ ହଜାର ହଜାର ଲୋକ ଏହାକୁ ଦେଖି ସାରିଲେଣି। ଚାହିଦାକୁ ଦେଖି ସେ ସେମିତି କାର୍ଟୁନ ସବୁ ଆଙ୍କୁଛନ୍ତି। ଏବେ କିଛି ନେତା ମଧ୍ୟ ତାଙ୍କ ଆଡ଼େ ମୁହାଁଇଛନ୍ତି। କାର୍ଟୁନିଷ୍ଟଙ୍କର ତୂଳୀ ସବୁ ବେଳେ ଶାଣିତ ।

{"id":104322}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.