ଏଣିକି ଗାଡ଼ିରେ ଜାତି ଲେଖିଲେ ଜରିମାନା, ସିଜ୍‌ ହୋଇପାରେ କାର-ବାଇକ୍‌

Published By : Prameya-News7 Bureau | December 27, 2020 IST

ଲକ୍ଷ୍ନୌ ୨୭/୧୨:  ଗାଡ଼ିରେ ଜାତି ଲେଖିଲେ ଜରିମାନା ଲାଗିବ। ବ୍ରାହ୍ମଣ, ଜାଟ୍, ରାଜପୁତ, କ୍ଷତ୍ରୀୟ ଆଦି ଜାତିସୂଚକ ଶବ୍ଦ ଗାଡ଼ିରେ ଲେଖିଲେ ଭାରି ପଡ଼ିବ। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି। ଗାଡ଼ିରେ ଜାତିସୂଚକ ଶବ୍ଦ ଲେଖିଲେ ଗାଡ଼ି ସିଜ୍‌ ହୋଇପାରେ ବୋଲି ଜଣାପଡ଼ିଛି।

 ତେବେ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ରାଜ୍ୟ ପରିବହନ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଜାରି କରାଯାଇଛି। ଅଧିକାରୀଙ୍କୁ ଦିଆଯାଇଥିବା ନିର୍ଦେଶ ଅନୁସାରେ ଯେଉଁ ଗାଡ଼ିରେ ଜାତିସୂଚକ ଶବ୍ଦ ଲେଖାଥିବ ସେଗୁଡ଼ିକୁ ଜବତ କରାଯିବ। ଏହା ସହ ଧାରା ୧୭୭ ଅନୁସାରେ ଚାଲାଣ କିମ୍ବା ଗାଡ଼ି ସିଜ୍‌ ମଧ୍ୟ କରାଯାଇପାରିବ। ରାଜଧାନୀ ଲକ୍ଷ୍ନୌରେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ମୋଟ ୨୫ ଲକ୍ଷ ରହିଛି।

ତେବେ ଉତ୍ତରପ୍ରଦେସରେ ଦୌଡ଼ୁଥିବା ଜାତିବାଦ ଗାଡ଼ି ସମାଜ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ଏହିସବୁ ପ୍ରଥା ବନ୍ଦ ହେବା ଦରକାର ବୋଲି ମହାରାଷ୍ଟ୍ରର ଜଣେ ଶିକ୍ଷକ ହର୍ଷଲ ପ୍ରଭୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଅଭିଯୋଗ ପତ୍ରକୁ ଉତ୍ତରପ୍ରଦେଶ ସରକାରଙ୍କୁ ପଠାଇଥିଲେ। ପରେ ଏହି ଅଭିଯୋଗକୁ ତର୍ଜମା କରିବା ସହ ପରିବହନ ମନ୍ତ୍ରାଳୟ ନିର୍ଦେଶ ଜାରି କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.