୬ଶହ କର୍ମଚାରୀଙ୍କୁ ଛଟେଇ କଲା ଏହି କମ୍ପାନୀ, କହିଲା- ପ୍ରତିବର୍ଷ ଭଳି ସାମାନ୍ୟ ପ୍ରକ୍ରିୟା

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ ୧୯।୫: ସେକେଣ୍ଡ ହ୍ୟାଣ୍ଡ କାର୍ ବିକ୍ରୟ କରୁଥିବା ଇ-କମର୍ସ ପ୍ଲାଟଫର୍ମ କାର୍‌ସ-୨୪ ୬ଶହ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ କହିଦେଇଛି । କମ୍ପାନୀର ଆନ୍ତର୍ଜାତୀୟ ସ୍ତରରେ ବିସ୍ତାର କରିବାର ଯୋଜନା ମଧ୍ୟରେ ଏହି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ଅଟେ । କାର୍‌ସ ୨୪ରେ ପ୍ରାୟ ୯ ହଜାର କର୍ମଚାରୀ କାମ କରୁଛନ୍ତି ।

କମ୍ପାନୀ ଏହାକୁ ଛଟେଇ ବୋଲି ସ୍ବୀକାର କରୁନାହିଁ । କମ୍ପାନୀର ମୁଖପାତ୍ର କହିଛନ୍ତି ଏହା ସାମାନ୍ୟ ପ୍ରକ୍ରିୟା ଏବଂ ପ୍ରଦର୍ଶନ ସହ ଜଡିତ । ଏହି ପ୍ରକ୍ରିୟା ପ୍ରତିବର୍ଷ କରାଯାଏ । ମିଡିଆ ରିପୋର୍ଟ ଅନୁଯାୟୀ, ଇସ୍ତଫା ଦେବାକୁ କୁହାଯାଇଥିବା ସମସ୍ତ କର୍ମଚାରୀ ଭାରତର ଏବଂ ସମସ୍ତେ ଜୁନିଅର ପୋଷ୍ଟରେ କାମ କରୁଥିଲେ ।

୨୦୧୫ ମସିହାରେ ସ୍ଥାପିତ କାର୍‌ସ ୨୪ ଟେକ୍ନୋଲୋଜି ବ୍ୟବହାର କରି ଗ୍ରାହକମାନଙ୍କର କାର୍ କିଣିବା, ବିକିବା ଏବଂ ଫାଇନାନ୍ସ କରାଇବାରେ ସାହାଯ୍ୟ କରିଥାଏ । କାର୍‌ସ ୨୪ ଡିସେମ୍ବରରେ ଇକ୍ବିଟି ମାଧ୍ୟମରେ ୩୦ କୋଟି ଡଲାର ଏବଂ ଅତିରିକ୍ତ ୧୦ କୋଟି ଡଲାରର ଫଣ୍ଡ ସଂଗ୍ରହ କରିଥିଲା । ସେହି ସମୟରେ କମ୍ପାନୀର ଭାଲ୍ୟୁ ୩.୩ ବିଲିୟନ ଡଲାର ଥିଲା । ଏହି ଫଣ୍ଡ ସହିତ କମ୍ପାନୀ ଅନ୍ୟ ଦେଶରେ ନିଜ ବ୍ୟବସାୟ ବିସ୍ତାର କରିବାକୁ କହିଥିଲା ।

କାର୍‌ସ ୨୪ ପ୍ରତିଷ୍ଠାତା ବିକ୍ରମ ଚୋପ୍ରା କହିଛନ୍ତି କମ୍ପାନୀର ଭବିଷ୍ୟତରେ କିଛି ଆକ୍ରାମକ ଯୋଜନା ରହିଛି । ଏହା ଦ୍ବାରା ଗ୍ରାହକମାନେ ନୂଆ ଅନୁଭବ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.