ଲଞ୍ଚ୍ ହେଲା ଏମ୍-ଆଧାର ଆପ୍, ଓଡିଆ ଭାଷାର ବ୍ୟବହାର ସହ ରହିଛି ଏହି ସବୁ ସୁବିଧା

Published By : Prameya-News7 Bureau | December 13, 2019 IST

ନୂଆଦିଲ୍ଲୀ : ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଲଞ୍ଚ କରିଛନ୍ତି ନୂଆ ଏମ୍ ଆଧାର ଆପ୍। ଏହି ନୂତନ ଆପ୍ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ୍ ସ୍ମାର୍ଟ ଫୋନରେ କାମ କରିବ। ଏହାକୁ ବ୍ୟବହାର କରି ଆଧାର ସମ୍ପର୍କିତ ବିଭିନ୍ନ କାର୍ଯ୍ୟକୁ ଘରେ ବସି କରିହେବ। ତେବେ ସବୁଠୁ ବଡ କଥା ହେଲା ଏହି ଆପ୍ ମାଧ୍ୟମରେ ଆବେଦନ କଲେ ମାତ୍ର ୫୦ ଟଙ୍କାରେ ଆଧାରର ନକଲ ମାତ୍ର ୧୫ ଦିନ ମଧ୍ୟରେ ଆପଣଙ୍କ ପ୍ରଦତ୍ତ ଠିକଣାରେ ପହଞ୍ଚିଯିବ।

wp:html /wp:html

ଏହା ଛଡା ଆପ୍ ଜରିଆରେ ଯେ କେହିବି ନିଜ ଆଧାରକୁ ସ୍ମାର୍ଟ ଫୋନରେ ଡାଉନଲୋଡ କରି ରଖିପାରିବେ। ଯାହାକୁ ଅଫଲାଇନ କେୱାଇସି ଭାବେ ବ୍ୟବହାର କରିପାରିବେ। ଏହି ଆପ୍ ଜରିଆରେ ଠିକଣା ଅପଡେଟ୍ କରାଯାଇ ପାରିବା ସହ ନୂତନ ଠିକଣାରେ ଚିଠି ପଠାଇବା ନିମନ୍ତେ ଅନୁରୋଧ କରିପାରିବେ। ସେହିପରି ଏହି ଆପ୍‌ରେ ଓଡିଆ ସମେତ ୧୩ଟି ଭାରତୀୟ ଭାଷା ବ୍ୟବହାର କରାଯାଇପାରିବ।

{"id":197300,"sizeSlug":"large"}

 ଏଥିରେ ଓଡିଆ ବ୍ୟତୀତ ଅନ୍ୟ ଯେଉଁ ସବୁ ଭାରତୀୟ ଭାଷା ବ୍ୟବହାର କରାଯାଇପାରିବ ସେଗୁଡିକ ହେଉଛି ଇଂରାଜୀ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ, ତାମିଲ, ମାଲାୟଲମ, କନ୍ନଡ, ଗୁଜୁରାଟି, ପଞ୍ଜାବୀ,ମରାଠି ଓ ଅସମୀୟା। ଯେଉଁମାନଙ୍କ ଆଧାରରେ ପୁରୁଣା ଆଧାର ଆପ୍ ଇନଷ୍ଟଲ ଅଛି ସେମାନେ ଚାହିଁଲେ ତାକୁ ଅନ ଇନଷ୍ଟଲ କରି ଗୁଗଲ୍ ଆପ୍ ଷ୍ଟୋରରୁ ନୂଆ ଏମ୍ ଆଧାର ଆପ୍ ଡାଉନଲୋଡ କରି ଇନଷ୍ଟଲ କରିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.