Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କ୍ୟାରି ବ୍ୟାଗ୍ କଣ୍ଟ୍ରୋଭର୍ସି : କ୍ୟାରି ବ୍ୟାଗ୍ ନାଁରେ ଗ୍ରାହକଙ୍କୁ ଲୁଟୁଛନ୍ତି ସପିଂ ମଲ୍ କମ୍ପାନୀ, ଗ୍ରାହକଙ୍କଠାରୁ ମୂଲ୍ୟ ନେଇ କରୁଛନ୍ତି ନିଜ କମ୍ପାନୀର ପ୍ରଚାର

4/06/2019 at 6:13 PM

ଭୁବନେଶ୍ବର ୪|୬: ବଡ଼ ବଡ଼ ଦୋକାନ୍‌, ସପିଂ ମଲରୁ ଜିନିଷ କିଣିବା ପରେ ସେସବୁକୁ ଆଣିବାକୁ ଆପଣ କ୍ୟାରି ବ୍ୟାଗ୍‌ଟିଏ ଖୋଜୁଛନ୍ତି । ଆଉ ନିଜ ଦୋକାନର ବିଜ୍ଞାପନ ପ୍ରିଣ୍ଟ୍‌ ହୋଇଥିବା କ୍ୟାରିବ୍ୟାଗ୍‌କୁ ୫ଟଙ୍କା ୧୦ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏସବୁକୁ ଦୋକନୀ ଆପଣଙ୍କୁ ଫ୍ରିରେ ଦେବା କଥା । ପ୍ରଶାସନିକ ସ୍ତରରେ କେହି ଦେଖୁନାହାନ୍ତି କି ପଚାରୁନାହାନ୍ତି, ସେଥିପାଇଁ ଗ୍ରାହକଙ୍କ ଉପରେ ମନମାନୀ କରୁଛନ୍ତି ବ୍ୟବସାୟୀ । ହେଲେ ଆପଣଙ୍କ ହକ୍‌ ପାଇଁ ଏଭଳି ମନମାନୀ ବିରୋଧରେ ସ୍ବର ଉଠାଇଛି ନ୍ୟୁଜ୍‌ ସେଭେନ୍‌ ।

ୟାକୁ ହିଁ କହନ୍ତି ମାଛ ତେଲରେ ମାଛ ଭାଜିବା । ଟଙ୍କା ଦେଇ ଜିନିଷ କିଣିବେ । ପୁଣି ଟଙ୍କା ଦେଇ ଦୋକାନର ବିଜ୍ଞାପନ ବି କରିବେ ଗ୍ରାହକ । ଆଉ ଆମ ଦ୍ବାରା ନିଜର ପ୍ରଚାର କରି ମାଲେମାଲ ହେବେ ବେପାରୀ । ଆମେମାନେ ବଡ଼ ବଡ଼ ଦୋକାନ କି ସପିଂ ମଲରେ ଜିନିଷ କିଣିବା ପରେ ସେଗୁଡ଼ିକୁ ଆଣିବାକୁ କ୍ୟାରିବ୍ୟାଗ୍‌ ଖୋଜୁଛେ । ଆଉ ଆମଠୁ ୫ଟଙ୍କା ୧୦ଟଙ୍କା ନେଇ ନିଜ ଦୋକାନର ନାଁ ପ୍ରିଣ୍ଟ୍‌ ଥିବା କ୍ୟାରିବ୍ୟାଗ୍‌ ଦେଉଛନ୍ତି ବ୍ୟବସାୟୀ ।

ପ୍ରତିବାଦ କଲେ ଉତ୍ତର ମିଳୁଛି ନେଲେ ନିଅ ନହେଲେ ନାଇଁ । ଆମ ଭିତରୁ ଅଧିକାଂଶ ୫-୧୦ଟଙ୍କା ପାଇଁ କ’ଣ ଝକ ଝକ ହେବା ଭାବି କ୍ୟାରିବ୍ୟାଗ୍‌ କିଣିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବିଜ୍ଞାପନ ପ୍ରିଣ୍ଟ ହୋଇଥିବା କ୍ୟାରିବ୍ୟାଗ୍‌ ବିକିବା ଯେ, ବେଆଇନ୍‌ ସେକଥା ହୁଏତ ଅନେକଙ୍କୁ ମାଲୁମ୍‌ ନଥିବ ।

ପୂର୍ବରୁ ବିଜ୍ଞାପନ ପ୍ରିଣ୍ଟ ହୋଇଥିବା କ୍ୟାରି ବ୍ୟାଗ୍‌ ବିକି ଜରିମାନା ଗଣିଛନ୍ତି ଦେଶର ଅନେକ କମ୍ପାନୀ । ତଥାପି ବେଧଡ଼କ ଚାଲିଛି ବେପାର । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ପ୍ରାୟ ସବୁ ସପିଂ ମଲରେ ବ୍ୟାଗ୍‌ ବାବଦକୁ ଗ୍ରାହକଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି ।

ଖାଉଟୀ ଅଦାଲତଙ୍କ ମତରେ ଜନିଷ କିଣିଲେ ଗ୍ରାହକଙ୍କୁ କମ୍ପାନୀ ମାଗଣାରେ କ୍ୟାରି ବ୍ୟାଗ୍‌ ଦେବା ନିୟମ ରହିଛି । ତଥାପି ମାନୁନାହାନ୍ତି ବ୍ୟବସାୟୀ । ବରଂ ବିଲ୍‌ରେ ଚାଲାକି କରି କ୍ୟାରି ବ୍ୟାଗ୍‌ର ରେଟ୍‌ ପକାଇ ଏହାକୁ ପ୍ରଡକ୍ଟ ଭାବେ ଦର୍ଶାଇବାକୁ ଚେଷ୍ଟା କରାଯାଉଛି । ଏମିତିରେ ଗ୍ରାହକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।

   Related Posts