‘ବିଜ୍ଞାପନ କ୍ୟାରିୟର ଗାଇଡ଼-୨୦୨୦’ ଉନ୍ମୋଚିତ

Published By : Prameya-News7 Bureau | October 28, 2020 IST

ଭୁବନେଶ୍ୱର ୨୮।୧୦: ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ କ୍ୟାରିୟର ଗାଇଡ଼-୨୦୨୦’ ଆଜି ଉନ୍ମୋଚିତ ହୋଇଯାଇଛି । ବରମୁଣ୍ଡା ସ୍ଥିତ ‘ବିଜ୍ଞାପନ’ର କାର୍ଯ୍ୟାଳୟ ପରିସରରେ ଆନୁଷ୍ଠନିକ ସଭା କିମ୍ବା ଭାଷଣର ବ୍ୟବସ୍ଥା ନଥାଇ ରାଜ୍ୟ ସରକାରଙ୍କ କୋଭିଡ଼ କଟକଣା ମାନି ନିରାଡମ୍ବର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁମ୍ବାଇ  ସ୍ଥିତ ନାର୍ସି ମୁଞ୍ଜି ବିଶ୍ୱବିଦ୍ୟାଳୟର ହ୍ରାଇଦ୍ରାବାଦ କ୍ୟାମ୍ପସ ନିର୍ଦ୍ଦେଶକ ଡକ୍ଟର ତପନ କୁମାର ପଣ୍ଡା ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଏଗ୍ରି ବିଜେନେସ୍ ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୀପକ ରାମ ଅତିଥି ଭାବେ ଯୋଗ ଦେଇ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ।

{"id":352194,"sizeSlug":"large"}

ସେହିପରି କାର୍ଯ୍ୟକ୍ରମରେ ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟି, ପ୍ରଶାସନିକ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି, ପ୍ରକାଶିକା ରଶ୍ମିତା ମହାପାତ୍ର, ସଂପାଦକ ଦିଲୀପ ମିଶ୍ର, ବ୍ୟାବସାୟିକ ପରିଚାଳକ ସର୍ବେଶ୍ୱର ରାଉତରାୟ ପ୍ରମୁଖ୍ୟ ଉପସ୍ଥିତ ରହିଥିଲେ । ଇନ୍ମୋଚିତ ହୋଇଥିବା କ୍ୟାରିୟର ଗାଇଡ୍‌ରେ ରାଜ୍ୟର ପ୍ରତିଷ୍ଠିତି ଶିକ୍ଷାବିତ୍‌ମାନେ ବିଭିନ୍ନ ପ୍ରଫେସନାଲ ପାଠ୍ୟକ୍ରମରେ ଥିବା ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାବ୍ୟତୀତ ଓଡିଶାରେ ଥିବା ଜାତୀୟସ୍ତରର ସରକାରୀ ଶିକ୍ଷାନୁଷ୍ଠାନ , ରାଜ୍ୟସ୍ତରୀୟ ସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ, ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନୁବନ୍ଧନ ଦେଉଥିବା ଜାତୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ , ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ ସମ୍ପର୍କିତ ସଂଗଠନ ଏବଂ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ବିଜ୍ଞପ୍ତି ଇତ୍ୟାଦି ରହିଛି ।

{"id":352195,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଗତ ସପ୍ତାହରେ ବିଜ୍ଞାପନ ପକ୍ଷରୁ ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଏକମାତ୍ର ଡାଇରେକ୍ଟୋରି ‘ଆମ ସମୟର ଶିଳ୍ପ’ ମଧ୍ୟ ନିରାଡମ୍ବର ଭାବେ ଇନ୍ମୋଚିତ ହୋଇଥିଲା । ଏଥିରେ ରାଜ୍ୟରେ ଉତ୍ପାଦନ କରୁଥିବା ସମସ୍ତ ଶିଳ୍ପସଂସ୍ଥା ସମେତ ୭ହଜାରରୁ ଅଧିକ ଶିଳ୍ପସଂସ୍ଥା ସଂପର୍କରେ ତଥ୍ୟ ରହିଛି । ବିଜ୍ଞାପନ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ କାର୍ଯ୍ୟାଳୟରେ ଏହି ପୁସ୍ତକଗୁଡିକ ଉପଲବ୍ଧ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.