ଅଭାବୀ ବିକ୍ରିର ଶିକାରରେ କପା ଚାଷୀ

Published By : Prameya-News7 Bureau | December 05, 2019 IST

କଣ୍ଟାବାଞ୍ଜି ୫/୧୨: କ୍ରମାଗତ ମୈାସୁମୀ ବର୍ଷାର ଅଭାବ ଜନିତ ପରିସ୍ଥିତି ସାଙ୍ଗକୁ ପାଣିପାଗର ପରିବର୍ତନ ହେତୁ ବଙ୍ଗୋମୁଣ୍ଡା,ମୁରିବାହାଲ ଓ ତୁରେକେଲା ବ୍ଲକରେ ହେଉଥିବା କପା ଚଳିତବର୍ଷ ଅଳ୍ପ ବର୍ଷା ହେବାରୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଧଳାସୁନାର ଅଂଚଳ ଭାବେ ପରିଗଣିତ କଂଟାବାଞ୍ଜି ଅଂଚଳରେ  ଏବେ ସରକାରୀ ସୁବିଧା ନ ହେବାରୁ କମ ଦରରେ କପା ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

{"id":194054,"sizeSlug":"large"}

ଚଳିତବର୍ଷ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ ବ୍ଲକ ବଙ୍ଗୋମୁଣ୍ଡା, ମୁରିବାହାଲ,ତୁରେକେଲା ଅଂଚଳରେ କପାଚାଷ ୧୨୪୯୩ ହେକ୍ଟର ଜମିରେ କପାଚାଷ କରାଯାଇଥିଲା। ଚାଷୀମାନଙ୍କର ଯାହା କିଛି ନିଜର ସମ୍ବଳ ଥିଲା ଚାଷରେ ବିନିଯୋଗ କରିବା ସହ ମହାଜନରୁ ଋଣ ଆଣି ଚାଷରେ ଲଗାଇଛନ୍ତି । ବହୁତ କଷ୍ଟରେ ୪ ମାସର ଅକ୍ଳାନ୍ତ ପରିଶ୍ରମ ପରେ କପା ଚାଷ କରିଥିବା ଚାଷୀର ଏବେ ଅମଳବେଳେ ଘାରିଛି ଅଭାବି ବିକ୍ରିର ଭୟ । କାରଣ ଦଲାଲର ଶିକାର ହେଉଛନ୍ତି ଏହି କପା ଚାଷୀ । କୋଣସି ସରକାରୀ ସୁବିଧା ନ ଥିବାରୁ ବାଧ୍ୟ ହୋଇ ଚାଷୀ କମ ଦରରେ ଦଲାଲକୁ କୁଇଣ୍ଟାଲ ପିଛା ୪୨୦୦ରୁ ୪୫୦୦ଟଙ୍କାରେ ବିକ୍ରି କରିଦେଉଥିବା କହିଛନ୍ତି ଚାଷୀ ।

{"id":194055,"sizeSlug":"large"}

ଚଳିତ ବର୍ଷ ସରକାର କୁଇଟାଂଲ ପିଛା ୫୦୫୦ ଟଙ୍କା ଧାଯ୍ୟ କରିଥିଲେ ମଧ୍ୟ ଠିକ ଭାବେ ପ୍ରସାର ହେଉନଥିବାରୁ କପା ଚାଷି ଜାଣିନପାରି ଦଳାଲ ପାଖେ କମ୍ ଦରରେ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯଦି ପ୍ରଶାସନ କପା ଚାଷୀମାନଙ୍କ ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀଦିନରେ ଏଅଂଚଳରୁ ଅନ୍ୟ ରାଜ୍ୟକୁ ଦାଦନ ଖଟିଯିବା ପାଇଁ ବାଧ୍ୟ ହେବେ । ଏ ବିଷୟରେ ଆମେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବାରୁ କପା ଚାଷୀଙ୍କ ପାଇଁ ସଚେତନା କାର୍ଯ୍ୟକ୍ରମ କରାଯାଉଛି କଣ୍ଟାବାଞ୍ଜିରେ ନିୟନ୍ତ୍ରିତ ବଜାର କମିଟିରେ କପା ମଣ୍ଡି ଖୋଲା ଯାଇଛି । ଅଭାବି ବିକ୍ରିର ସୁଯୋଗ ଦିଆଯିବ ନାହି ବୋଲି ଉପଜିଲ୍ଲାପାଳ କହିଛନ୍ତି ।

{"id":194056,"sizeSlug":"large"}

ଏବେ କପା ଅମଳର ସମୟ । ଧଳା ସୁନାର ଅଂଚଳଭାବେ ପରିଗଣିତ କଂଟାବାଞ୍ଜି ଅଂଚଳରେ ଏବେ ସରକାରୀ ସୁବିଧା ନ ହେବାରୁ କମ ଦରରେ କପା ବିକ୍ରି କରି ଅଭାବି ବିକ୍ରିର ଶିକାର ହେଉଛନ୍ତି । ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.