Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଆପଣ ନିଜ ପ୍ରାଇଭେଟ୍‌ କାରରୁ କରିପାରିବେ ରୋଜଗାର, ସରକାର ଏଥିପାଇଁ ଆଣୁଛନ୍ତି ନୂଆ ନୀତି

17/09/2019 at 4:22 PM

ନୂଆଦିଲ୍ଲୀ .- ଏବେ ଆପଣ ନିଜ ପ୍ରାଇଭେଟ୍‌ କାରରୁ ମଧ୍ୟ ରୋଜଗାର କରିପାରିବେ । ଏଥିପାଇଁ ସରକାର ନୂଆ ପଲିସି ଆଣିବା ପାଇଁ ଯାଉଛନ୍ତି । ସରକାରଙ୍କ ଏହି ଯୋଜନା ଅନୁସାରେ ସଡକରୁ ଗାଡି ସଂଖ୍ୟା କମ୍‌ ହୋଇଯିବ । ପ୍ରାଇଭେଟ୍‌ କାରର ମାଲିକମାନେ କାର ପୁଲିଙ୍ଗ କରିପାରିବେ । ଏଥିଯୋଗୁଁ ଲୋକଙ୍କୁ କମ୍‌ ଖର୍ଚ୍ଚ ସହ ପ୍ରଦୁଷଣ ବି କମିଯିବ ।

ବିଭିନ୍ନ ଆପ୍‌ ସହାୟତାରେ କାର ପୁଲିଙ୍ଗ ହୋଇ ପାରିବ । କାର୍‌ ଏଥିପାଇଁ ଏକ ନିୟମାବଳୀ ପ୍ରସ୍ତୁତ କରାଯାଉଛି । କାର ମାଲିକ ଦିନକୁ ଅତି ବେଶୀରେ ୪ ଥର କାର ପୁଲିଙ୍ଗ କରିପାରିବେ । ଶୁବଶୀଘ୍ର ସରକାର ଏହାର ଡ୍ରାଫ୍ଟକୁ ଲୋକଙ୍କ ମତାମତ ପାଇଁ ରଖିବେ । କେବଳ ଆପ୍‌ରେ କାର ପୁଲିଙ୍ଗ କରାଯାଇ ପାରିବ ।


କାର୍‌ ପୁଲିଙ୍ଗ ନୋ ପ୍ରଫିଟ୍‌ ଓ ନୋ ଲସ୍‌ ଉପରେ ଆଧାରିତ


କାରପୁଲିଙ୍ଗୁକୁ ରାଜ୍ୟ ସରକାରମାନେ ଲାଗୁ କରିପାରିବେ । ଏହା ନୋ ପ୍ରଫିଟ୍‌ ଓ ନୋ ଲସ୍‌ ନିୟମ ଉପରେ ଅଧାରିତ ହେବ । ଏଥିରେ କେବଳ ଗାଡିର ଖର୍ଚ୍ଚ ଯେତିକି ସେତିକି ଗାଡି ମାଲିକଙ୍କୁ ମିଳିବ । ଏଥିରେ ବା ଗାଡି ମାଲିକଙ୍କ ଲାଭ ଅଛି । କୌଣସି ସ୍ଥାନକୁ ସେ ଏକୁଟିଆ ଯାଉଥିବା ବେଳେ କାରପୁଲିଙ୍ଗରେ ସେହି ସ୍ଥାନକୁ ଯାଉଥିବା ଲୋକଙ୍କୁ ସାଙ୍ଗରେ ନେଇ ପାରିବେ । ଏଥିରେ ତାଙ୍କର ଆୟ ବି ହେବ । ସଡକରୁ ଗାଡି ସଂଖ୍ୟା କମିଲେ ପ୍ରଦୁଷଣ କମିବ । ପାର୍କିଂ ପାଇଁ କମ୍ ସ୍ଥାନ ଦରକାର ହେବ । ବ୍ୟବସାୟିକ ଭିତ୍ତିରେ ଏହାକୁ ଲାଗୁ କରାଯିବ ନାହିଁ ।
ସେପ୍ଟେମ୍ବର ୨୯ ତାରିଖରୁ ଏହାକୁ ଲାଗୁ କରାଯିବା ପାଇଁ ଯୋଜନା ରହିଛି ।

   Related Posts