Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

କାରର କାଚ ଖୋଲା ଛାଡିକି ଯାଇଥିଲେ ବ୍ୟକ୍ତି, ଫେରି ଆସି ଦେଖିଲେ ଭିତରେ ଥିଲା…

3/12/2021 at 2:39 PM

ନୂଆଦିଲ୍ଲୀ ୦୩/୧୨: ଗାଡିର ବ୍ୟାଗ୍ ମିରରରେ କେହି ‘ଟାର୍ଜନ୍’ ଟାଙ୍ଗନ୍ତି, ତ ଆଉ କେହି ମାଳା, ଲକେଟ୍ କିମ୍ବା ଡାଇସ୍ । କିନ୍ତୁ ଆପଣ କେବେ ଏକ ବିଶାଳ ଅଜଗର ଟାଙ୍ଗି ହୋଇଥିବାର ଦେଖିଛନ୍ତି କି? ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି। ଯାହା ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଖବର ଅନୁଯାୟୀ, ଅଷ୍ଟ୍ରେଲିଆର ଏକ ପରିବାର ପିକନିକ୍ ଯାଇଥିଲେ। କିନ୍ତୁ ଯେତେବେଳେ ସେ ପିକନିକ୍ କରିବାକୁ ଯାଇଥିଲେ, ସେତେବେଳେ ସେ କାରର କାଚ ଟିକିଏ ଖୋଲା ରଖିଥିଲେ। ଯାହାଫଳରେ କାରଟି ଥଣ୍ଡା ରହିବ। କିନ୍ତୁ ସେମାନେ ଫେରିବା ବେଳକୁ ଦେଖିଲେ କାରରେ ଏକ ଅଜଗର ପଶିଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଅଜଗରଟି କାରରେ ଲୁଚିବା ପରିବର୍ତ୍ତେ ସେ କାଚରେ ଲାଗି ରହିଥିଲା। ସେମାନେ ଅଜଗରକୁ ଦେଖି ଭୟଭୀତ ହୋଇଯାଇଥିଲେ। ବର୍ତ୍ତମାନ ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Aus News

ଏହି ଫଟୋଗୁଡ଼ିକୁ ସେୟାର କରି ଇନଷ୍ଟାଗ୍ରାମ ୟୁଜର୍ ଜୋଶ କାଷ୍ଟଲେ ଲେଖିଛନ୍ତି, ‘ଏହା କେବଳ ଅଷ୍ଟ୍ରେଲିଆରେ ଘଟିପାରେ ଯେତେବେଳେ ଆପଣ କାରକୁ ଫେରିବେ ସେତେବେଳେ ଆପଣ କାଚରେ ଆବୃତ ଏକ କୋଷ୍ଟାଲ୍ କାର୍ପେଟ୍ ପାଇଥନ୍ ପାଇବେ।

   Related Posts