Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ବଢୁଛି କରୋନା ଭୟ : ଉହାନରୁ ଫେରିଲେ ୩୨୪ ଭାରତୀୟ, ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

1/02/2020 at 7:08 PM

ଭୁବନେଶ୍ବର ୦୧।୦୨: ଚାଇନାରେ କରୋନା ଭୟ ଦିନକୁ ଦିନ ବଢି ଚାଲିଛି । ଚାଇନାରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଶନିବାର ସକାଳୁ ଉହାନରେ ଥିବା ଭାରତୀୟଙ୍କ ଭିତରୁ ୯୫ ଜଣ ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ଏପଟେ ଓଡ଼ିଶାରେ ୬ ଜଣଙ୍କ ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପୁନେ ପଠାଯାଇଛି । ସେମାନଙ୍କ ଭିତରୁ ୫ ଜଣ ହୋମ ଆଇସୋଲେସନ୍‌ ଏବଂ ଜଣେ ଏସସିବି ମେଡିକାଲର  ସ୍ବତନ୍ତ୍ର ଆଇସୋଲେସନ ଓ୍ବାର୍ଡରେ ଅଛନ୍ତି । ଘଟଣାର ଗୁରୁତ୍ବକୁ ଦେଖି ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନସିଂରେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ବଢୁଛି କରୋନା ଭୟ । ଚାଇନାରେ କରୋନା ଆକ୍ରାନ୍ତ ହୋଇ ୨୫୯ ଜଣଙ୍କ ଜୀବନ ଯାଇଥିବାବେଳେ ପାଖା ପାଖି ୧୨ ହଜାର ଆକ୍ରାନ୍ତ ହୋଇଛନ୍ତି । କୋରନା ସ୍ଥିତିକୁ ଦେଖି ଚାଇନାରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଚାଇନାରେ ଉହାନରେ ଥିବା ୩୨୪ ଜଣ ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଫେରିଛନ୍ତି । ତେବେ ସେଠାରେ ଥିବା ୬ ଜଣ ଭାରତୀୟଙ୍କ ଠାରେ ୧୪ ଦିନ ହେଲା ଜ୍ବର ଥିବାରୁ ସେମାନଙ୍କୁ ବିମାନରେ ଆସିବାର ଅନୁମତି ମିଳିନାହିଁ ।

ସ୍ବତନ୍ତ୍ର ଫ୍ଲାଇଟରେ ଶନିବାର ସକାଳେ ଫେରିଥିବା ୯୫ ଜଣ ଭାରତୀୟ ଦିଲ୍ଲୀରେ ପହଞ୍ଚିବା ପରେ ଆଇଟିବିପିର ସ୍ବତନ୍ତ୍ର କ୍ୟାମ୍ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ସେପଟେ କେରଳ ଓ ୟୁପିରେ କରୋନା ସତର୍କତା ବଢିଛି । ଚାଇନାରେ ପାଠ ପଢୁଥିବା ୟୁପି ସାହାରନପୁରର ଜଣେ ଛାତ୍ର ଫେରିବା ପରେ କରୋନା ସନ୍ଦେହରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି ।

କରୋନା ମୁକାବିଲା ଲାଗି ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଭିଡିଓ କଫରେନ୍ସିଂ ମାଧ୍ୟମରେ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା ସହ ଡାକ୍ତରୀ ଟିମ୍‌ ପ୍ରସ୍ତୁତ ରହିବା ସହ ଲୋକଙ୍କୁ ସଚେତନ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେପଟେ ମାସକ ଭିତରେ ଚାଇନାରୁ ଫେରିଥିବା ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ସେମାନଙ୍କ ଭିତରୁ ୬ ଜଣଙ୍କ ଠାରୁ ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ଲାଗି ଏନଆଇଭି ପୁନେକୁ ପଠାଯାଇଛି । ୫ ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବାବେଳେ କନ୍ଧମାଳର ଜଣେ ଡାକ୍ତରୀ ଛାତ୍ରଙ୍କୁ ଏସସିବି ମେଡିକାଲର ସ୍ବତନ୍ତ୍ର ଆଇସୋଲେସନ ୱାର୍ଡରେ ରଖାଯାଇଛି ।

କରୋନା ଭୟ ଓଡ଼ିଶାରେ ସେତେଟା ନଥିଲେବି ଏହା ଗୁରୁତ୍ବକୁ ଦେଖି ରାଜ୍ୟ ସରକାର ଆଗୁଆ ସତର୍କତା ପଦକ୍ଷେପ ନେଉଛନ୍ତି । ରାଜ୍ୟସ୍ତରରେ କରୋନା ସ୍ଥିତି ଉପରେ ନଜର ରଖିବା ଲାଗି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି ।

   Related Posts