Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କରୋନାକୁ ନେଇ ଆସିଲା ଭଲ ଖବର – ଜାପାନ୍‌ର ଆଣ୍ଟି ଫ୍ଲୁ ମେଡିସିନ୍‌ ଫ୍ଲାଭିପିରାଭିର୍‌ ଦ୍ୱାରା କରାଯାଉଛି ସଫଳ ଚିକିତ୍ସା:ଚୀନ୍‌

18/03/2020 at 11:47 PM

carona-med1


ବେଜିଂ -କରୋନାର ଚିକିତ୍ସାକୁ ନେଇ ଭଲ ଖବର ଆସିଛି । ଜାପାନୀ ଫ୍ଲୁ ମେଡିସନ୍‌ ଏବେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ରୟୋଗ କରାଗଲେ ଏହା ସଫଳ ହେଉଥିବା ଚୀନ୍‌ ଦାବି କରିଛି । ଏହାର ସରକାରୀ ବିଭାଗର ଜଣେ ଅଧିକାରୀ ଜାପାନୀ ଫ୍ଲୁ ମେଡିସିନ୍‌ ଫ୍ଲାଭିପିରାଭିର୍‌ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ସଫଳ ଭାବେ ପ୍ରୟୋଗ କରାଯାଇଥିବା କହିଛନ୍ତି । ୮୦ ଜଣ କରୋନା ଆକ୍ରାନ୍ତଙ୍କୁ ଏହା ଦିଆଯାଇଥିଲା । ପ୍ରାୟ ସମସ୍ତଙ୍କର ଛାତିର ସଂକ୍ରମଣ ବା ଫୁସ୍‌ଫୁସ୍‌ ସଂକ୍ରମଣ ଠିକ୍‌ ହୋଇଥିବା ବେଳେ କିଛି ଦିନ ପରେ ଏମାନଙ୍କର କରୋନା ନେଗେଟିଭ୍‌ ହୋଇଥିଲା ।

ଏହାର ଚୀନ୍‌ରେ କ୍ଲିନିକାଲ୍‌ ଟ୍ରାଏଲ୍‌ କରାଯାଇଥିଲା । ଅନ୍ୟ ରୋଗୀଙ୍କ ଠାରୁ ଏମାନେ ଶୀଘ୍ର ଠିକ୍‌ ହେଉଛନ୍ତି । ଜାପାନର ଏହି ଔଷଧର ଅନ୍ୟନାମ ଆଭିଗାନ୍‌ ।

ଅନ୍ୟ ରୋଗୀଙ୍କ ତୁଳନାରେ ଫ୍ଲାଭିପିରାଭିର୍‌ ଦିଆଯାଇଥିବା ଆକ୍ରାନ୍ତ ୧୧ ଦିନ ବଦଳରେ ୪ ଦିନରେ ଠିକ୍‌ ହୋଇଥିଲେ । ଫ୍ଲାଭିପିରାଭିର୍‌ ଦିଆଯାଇଥିବା ୯୧ ପ୍ରତିଶତ ଆକ୍ରାନ୍ତ ଠିକ୍ ହୋଇଯାଇଛନ୍ତି । ଅନ୍ୟ ମେଡିସିନ୍‌ ଦିଆଯାଉଥିବା ୬୨ ପ୍ରତିଶତ ଆକ୍ରାନ୍ତ ଠିକ୍‌ ହେଉଥିଲେ ।

   Related Posts