ବଲିଉଡ୍‌ରେ କରୋନା ଭୟ, ସଲମାନଙ୍କୁ ଲାଗିଲା ଝଟକା...

Published By : Prameya-News7 Bureau | March 06, 2020 IST

ମୁମ୍ବାଇ୬/୩: କରୋନା ଭାଇରସ୍ ବର୍ତ୍ତମାନ ପୂରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ବଲିଉଡ ତାରକାମାନେ  ମଧ୍ୟ କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି। ଅନେକ ଚଳଚ୍ଚିତ୍ର ଏବଂ ସିରିଏଲର ସୁଟିଂ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମର ସୁଟିଂ ମଧ୍ୟ ବନ୍ଦ ହୋଇଯାଇଛି। କରୋନା ଭାଇରସ୍ କାରଣରୁ ସଲମାନଙ୍କ କ୍ଷତି ସହିବାକୁ ପଡିଛି। ଦବଙ୍ଗ ଷ୍ଟାର ସଲମାନଙ୍କ ଚଳଚ୍ଚିତ୍ର ରାଧେ ରାଧେ ଏବଂ ମୋଷ୍ଟ ୱାଣ୍ଟେଡ୍ ଭାଇ ଫିଲ୍ମର ସୁଟିଂ ମଧ୍ୟ ବାତିଲ କରି ଦିଆଯାଇଛି।

{"id":233628,"sizeSlug":"large"}

ବଲିଉଡ ହଙ୍ଗାମା ଅନୁଯାୟୀ, ରାଧେ ଫିଲ୍ମର ସୁଟିଂ ଥାଇଲ୍ୟାଣ୍ଡରେ ହେବାର ଥିଲା। କିନ୍ତୁ କରୋନା ଭାଇରସ୍ କାରଣରୁ ଏହାକୁ ବାତିଲ କରାଯାଇଛି। ଫିଲ୍ମର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ ସଲମାନ ଖାନଙ୍କ ସମେତ ଫିଲ୍ମ ସହ ଜଡିତ ଅନ୍ୟମାନେ ଥାଇଲ୍ୟାଣ୍ଡ ନ ଯିବାକୁ ନିଷ୍ପତ୍ତି ନିଆଯାଇଛି।

{"id":233629,"sizeSlug":"large"}

ନିକଟରେ କରୋନା ଭାଇରସ ସହ ଜଡିତ ଏକ ପୋଷ୍ଟ ସଲମାନ ଖାନ ନିଜ ଇନଷ୍ଟାଗ୍ରାମ ପୋଷ୍ଟ  କରିଥିଲେ। ସଲମାନ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଏକ ଚିତ୍ର ସେୟାର କରିଥିଲେ। ଯେଉଁ ଫଟୋରେ ସଲମାନ ସାର୍ଟଲେସ୍‌ରେ ନଜର ଆସିଥିଲେ। ଏହି ଛବି ସହିତ ସଲମାନ ଖାନ କ୍ୟାପସନରେ ଲେଖିଛନ୍ତି, 'ନମସ୍କାର, ଆମ ସଭ୍ୟତାକୁ ନମସ୍କାର ଏବଂ ନମସ୍କାର। କରୋନା ଭାଇରସ୍ ସମାପ୍ତ ହେଲେ ହାତ ହଲାନ୍ତୁ ଏବଂ ଆଲିଙ୍ଗନ କରନ୍ତୁ।

wp:core-embed/instagram {"url":"https://www.instagram.com/p/B9VvxM1laKc/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B9VvxM1laKc/?utm_source=ig_web_copy_link
/wp:core-embed/instagram

କରୋନା ଭାଇରସ ପୂରା ବିଶ୍ବରେ ଆତଙ୍କ ଖେଳାଇ ଦେଇଛି। ଏହା ପ୍ରଭାବରୁ ବିଭିନ୍ନ ଦେଶରେ ଥିବା ସରକାରୀ ଓ ବେସରକାରୀ ସଂସ୍ଥାଗୁଡିକରେ କର୍ମଚାରୀଙ୍କୁ ଛୁଟି ଦିଆଯାଇଛି। ଏପରି କି ଇରାନରେ ମଧ୍ୟ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। କରୋନା ଭୟରେ ୫୪୦୦୦ ହଜାର କଏଦୀଙ୍କୁ ଜେଲ୍‌ରୁ ମୁକ୍ତ କରି ଦେଇଥିଲେ। କରୋନା ପ୍ରଭାବରେ ବିଶ୍ବର ଅର୍ଥନୈତିକ ଅବସ୍ଥା ମାନ୍ଦା ଆଡ଼କୁ ଗତି କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.