Airtelରେ ୨୫ ପ୍ରତିଶତ ଅଂଶଧନ କିଣିବ ଆମେରିକୀୟ କମ୍ପାନୀ, ୧୭୮୦ କୋଟି ଟଙ୍କାର ଡିଲ୍‌

Published By : Prameya-News7 Bureau | July 01, 2020 IST

ନୂଆଦିଲ୍ଲୀ ୦୧।୦୭: ଆଜିକାଲି ଭାରତୀୟ କମ୍ପାନୀମାନଙ୍କ ଉପରେ ଆମେରିକାର ସମେତ ବିଶ୍ୱର ଅନେକ ଦେଶର କମ୍ପାନୀ ଭରସା ବଢାଇଛନ୍ତି ।  ଆମେରିକାର କାର୍ଲାଇଲ୍‌ କମ୍ପାନୀ ଭାରତୀୟ କମ୍ପାନୀ ଏୟାରଟେଲ୍‌ର ଡ଼ାଟା ସେଣ୍ଟର , Nxtra Dataରେ ୨୫ ପ୍ରତିଶତ ଅଂଶଧନରେ ନିବେଶ କରିଛନ୍ତି । ଏହି କାରବାର ୧.୭୮୦ କୋଟି ଟଙ୍କାରେ ଚୂଡାନ୍ତ ହୋଇଛି । ବୁଧବାର ଦିନ କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରି ଏହା କୁହାଯାଇଛି ।  ଏହାଦ୍ୱାରା Nxtraର ମୁଲ୍ୟାଙ୍କନ ୧.୨ ଅରବ ଡଲାର ହୋଇଯିବାର ସମ୍ଭାବନା ରହିଛି । ଯାହାକି ୯.୦୮୪ଟଙ୍କାରୁ ବି ଅଧିକ ହେବ ବୋଲି ଆକଳନ କରାଯାଉଛି । ଚୁକ୍ତି ହେଇଯିବା ପରେ କାର୍ଲାଇଲ ଉଦ୍ୟୋଗର ୨୫ ପ୍ରତିଶତ ଅଂଶଧନ ରହିବ ଓ ବାକି ୭୫ ପ୍ରତିଶତ ଅଂଶଧନ ଏୟାରଟେଲ୍‌ର ରହିବ ।

ରିଲାଏନ୍ସ ଜିଓରେ ଫେସ୍‌ବୁକ ସମେତ ୧୧ଟି କମ୍ପାନୀ ନିବେଶ କରିଛନ୍ତି । ୨୪.୭ ପ୍ରତିଶତର ଅଂଶଧନ ବଦଳରେ ୧,୧୫,୬୯୩.୯୫ କୋଟି ଟଙ୍କାର ନିବେଶ ହୋଇଛି । ଏୟାରଟେଲ୍‌ରେ ପୂର୍ବରୁ ଆମେରିକାର କାର୍ଲାଇଲ୍‌ ଗ୍ରୁପ ୪୯ କୋଟି ଡଲାର (୩,୭୦୦କୋଟି ଟଙ୍କା)ରେ ପିରାମଲ ଫାର୍ମାର ଅତିକମ୍‌ରେ ୨୦ ପ୍ରତିଶତ ଅଂଶଧନ ହାସଲ କରିବାର ଘୋଷଣା କରିଥିଲା। ଶନିବାର ପିରାମଲ ଏଣ୍ଟରପ୍ରାଇଜେସ୍ ଦ୍ୱାରା ଏହି ସୂଚନା ଦିଆଯାଇଛି।

ଟେଲିକମ୍ ସେବା ପ୍ରଦାନକାରୀ ଏୟାରଟେଲର ପ୍ରମୋଟର କମ୍ପାନୀ ଭାରତ ଟେଲିକମ୍ ସେୟାର ବିକ୍ରି କରି ଏକ ବିଲିୟନ ଡଲାରର ପୁଞ୍ଜି ସଂଗ୍ରହ କରିବାକୁ ଯୋଜନା କରୁଛି। ସୂଚନାନୁସାରେ ପ୍ରମୋଟର କମ୍ପାନୀ ଭାରତ ଟେଲିକମ୍ ସେୟାର ପିଛା ୫୫୮ ଟଙ୍କା ହାରରେ ୨.୭୫ ପ୍ରତିଶତ ଅଂଶଧନ ବିକ୍ରି କରିବ। ଭାରତୀ ଟେଲିକମ୍‌ ୫୫୮ଟଙ୍କ ପ୍ରତି ସେୟାର ଦର ହିସାବରେ ୧୫ କୋଟି ସେୟାର ବିକ୍ରି କରି ଏକ ଅରବ ଡାଲର ଯୋଗାଡ କରିବାକୁ ଜେପି ମୋର୍ଗାନ ସହିତ ସଂପର୍କ କରିଛି । ହି ହାର ମେ ୨୨ ରେ ସେୟାର ପିଛା ୫୯୩.୨ ଟଙ୍କା ତୁଳନାରେ ଛଅ ପ୍ରତିଶତ କମ୍ ଅଟେ। ଏହାଦ୍ୱାରା କମ୍ପାନୀକୁ ରଣ ଭାରରୁ ସମ୍ପୂର୍ଣ୍ଣ ମୁକ୍ତ କରିବାରେ ସାହାଯ୍ୟ କରିବ ବୋଲି ଅନୁମାନ କରାଯାଉଛି । ଏୟାରଟେଲରେ ଭାରତ ଟେଲିକମ୍ ପ୍ରାୟ ୪୧ ପ୍ରତିଶତ ଅଂଶଧନ ଧାରଣ କରିଛି। ଭାରତ ଟେଲିକମରେ ସୁନୀଲ ଭାରତୀ ମିତ୍ତଲ ଏବଂ ତାଙ୍କ ପରିବାରର ପ୍ରାୟ ୫୨ ପ୍ରତିଶତ ଅଂଶଧନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.