Black Seaରେ ବୁଡିଲା କାର୍ଗୋ ସିପ୍, ୬ ଉଦ୍ଧାର, ୨ମୃତ

Published By : Prameya-News7 Bureau | January 17, 2021 IST

ଇସ୍ତାନାବୁଲ: ତୁର୍କି  କୃଷ୍ଣ ସାଗରରେ ରବିବାର ଏକ ମାଲବାହୀ ପୋତ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡି ଯାଇଛି। ଫଳରେ ଏଥିରେ ଥିବା ୨ ଜଣ ପ୍ରାଣ ହରାଇଥିବା ବାର୍ତିନ ପ୍ରାନ୍ତର ଗଭର୍ଣ୍ଣର ସୂଚିତ କରିଛନ୍ତି। ଜାହଜ ଦୁର୍ଘଟଣା ସୂଚନା ପାଇ ଜରୁରିକାଳୀନ ସେବା କର୍ମଚାରୀ ୬ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ଟି ଶବ ବାହାର କରିଛନ୍ତି। ମୃତ ଓ ଉଦ୍ଧାର ଲୋକେ ଜାହଜର ଚାଳକ ଦଳ ସଦସ୍ୟ ବୋଲି ଗଭର୍ଣ୍ଣର ସୂଚିତ କରିଛନ୍ତି।

ଉତ୍ତର ତୁର୍କିର ଇନକୁମରେ ଏହି ଦୁର୍ଘଟଣା ହୋଇଛି।  ଆର୍ବିନ ନାମକ ଜାହାଜଟି ବୁଡିଯାଇଥିବା ବେଳେ ଚାଳକଦଳ ସଦସ୍ୟମାନେ ଲାଇଫବୋଟରେ ଜୀବନ ରକ୍ଷା କରିଥିଲେ ବୋଲି କୋଷ୍ଟ ଗାର୍ଡ କହିଛି। ଉଦ୍ଧାର କାର୍ଯ୍ୟରେ ସହାୟତା ନିମନ୍ତେ ଏକ ନୌସେନା ଜାହାଜ ଦୂର୍ଘଟଣାସ୍ଥଳରେ ପହଞ୍ଚିଛି।

ପରିବହନ ମନ୍ତ୍ରାଳୟଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ଜାହାଜରେ ୧୨ ଜଣ ଚାଳକଦଳ ସଦସ୍ୟ ଥିଲେ। ଏଥିରୁ ୨ ଜଣ ଋଷୀୟ ହୋଇଥିବା ବେଳେ ଅନ୍ୟ ୧୦ ଜଣ ୟୁକ୍ରେନର ନାଗରିକ ଥିଲେ। ଜାହାଜଟି ବୁଲଗେରିଆରୁ ପଣ୍ୟ ନେଇ ଜର୍ଜିଆ ଯାଉଥିବା ବେଳେ କୃଷ୍ଣ ସାଗରରେ ଦୁର୍ଘଟଣାର ଶିକାର ହୋଇ ବୁଡି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.