Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଗେଷ୍ଟ ହାଉସ୍‌ରୁ କେୟାରଟେକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ତଳେ ଲାଗିଛି ଗୋଡ, ହତ୍ୟା ନା ଆତ୍ମହତ୍ୟା ?

28/09/2020 at 8:16 PM

ପୁରୀ୨୯/୯: ଗେଷ୍ଟ ହାଉସ୍‌ରୁ ମିଳିଲା କେୟାରଟେକରଙ୍କ ଝୁଲନ୍ତା ମୃତଦେହ। ପୁରୀ ବଳିଆପଣ୍ତା ଥାନା ଅନ୍ତର୍ଗତ ଏକ ଗେଷ୍ଟ ହାଉସରୁ କେୟାରଟେକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସଦର ଥାନା ଅଧିନ ମାର୍କଣ୍ତପୁର ମଝିସାହିର ସୁଶାନ୍ତ ବାରିକ। ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରୁଛି। କିନ୍ତୁ ପାରିପାର୍ଶ୍ୱିକ ଅବସ୍ଥା ଦେଖିଲେ ଏହା ଏକ ହତ୍ୟାକାଣ୍ତ ବୋଲି ଜଣାପଡ଼ୁଛି।

ଏ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି। ସୁଶାନ୍ତଙ୍କ ବେକରେ ଏକ ଗାମୁଛା ବନ୍ଧା ଥିଲା, ରୁମ ଭିତରେ ଥିବା ପଙ୍ଖାରେ ସେ ଝୁଲୁଥିଲା, କିନ୍ତୁ ସେ ତଳେ ଛିଡ଼ା ହୋଇଛନ୍ତି। ତାଙ୍କ ବେକରେ ଗଣ୍ଠି ପଛପଟକୁ ରହିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ତ ବୋଲି କୁହାଯାଉଛି। ସୁଶାନ୍ତ ୩ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ବର୍ଷକର ଝିଅଟିଏ ଅଛି। ସେ ଆଠବର୍ଷ ତଳୁ ଏହି ଗେଷ୍ଟ ହାଉସରେ କେୟାରଟେକର ଭାବେ କାମ କରୁଥିଲେ। ଫନି ପରଠାରୁ ଏହି ଗେଷ୍ଟ ହାଉସ ଅଚଳ ହୋଇ ପଡ଼ିଥିଲା। ସେଠାରେ ସୁଶାନ୍ତ ରହୁଥିବା ବେଳେ କିଏ ଓ କାହିଁକି ଏଭଳି କାଣ୍ତ ଭିଆଇଲା ତାହା ଏବେ ତଦନ୍ତ ପରିସରଭୁକ୍ତ।

   Related Posts