କେୟାର ହସ୍ପିଟାଲର ପାକିସ୍ତାନୀ ଲିଙ୍କ୍ ! ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେପି ଓ କଂଗ୍ରେସ ସଦସ୍ୟ

Published By : Prameya-News7 Bureau | November 27, 2019 IST

ଭୁବନେଶ୍ବର ୨୭।୧୧: ରାଜଧାନୀରେ ଥିବା କେୟାର ହସ୍ପିଟାଲର ପାକିସ୍ତାନ ଲିଙ୍କ୍ ଅଭିଯୋଗ । ଏହି ଅଭିଯୋଗ ବିଧାନସଭାରେ ଉଠାଇଛନ୍ତି ବିରୋଧୀ । କେୟାର ହସପିଟାଲକୁ ପାକିସ୍ତାନର ଜଣେ ବ୍ୟବସାୟୀ କିଣିଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ସେହି ପାକିସ୍ତାନୀ ବ୍ୟବସାୟୀ ପୂର୍ବରୁ କିଡନୀ ଚୋରା ଚାଲାଣ ରାକେଟରେ ସଂପୃକ୍ତ ଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ଅଛି ।

{"id":190559,"sizeSlug":"large"}

ରାଜ୍ୟ ସରକାର କେୟାର ହସପିଟାଲକୁ ମାଗଣାରେ ଜମି ଦେଇଛନ୍ତି । ତେଣୁ ଏଭଳି ସ୍ଥିତିରେ କିଭଳି ଜଣେ ପାକିସ୍ତାନୀ ବ୍ୟବସାୟୀଙ୍କୁ କେୟାର ହସପିଟାଲ ବିକ୍ରି କରାଗଲା ବୋଲି ବିରୋଧୀ ବିଜେପି ଓ କଂଗ୍ରେସର ସଦସ୍ୟ ପ୍ରଶ୍ନ କରିଛନ୍ତି ।

{"id":190612,"sizeSlug":"large"}

ବିଭାଗୀୟ ମନ୍ତ୍ରୀ ଏନେଇ ଗୃହରେ ମନ୍ତବ୍ୟ ଦେବାକୁ କଂଗ୍ରେସ ଓ ବିଜେପି ସଦସ୍ୟ ଦାବି କରିଛନ୍ତି । ବିଧାନସଭାରେ କେୟାର ହସପିଟାଲ ପ୍ରସଙ୍ଗ ଉଠିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ହସପିଟାଲର କାଗଜପତ୍ର ଯାଞ୍ଚ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.