Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶର ଏହି ୩ଟି ବ୍ୟାଙ୍କରୁ ଏଟିଏମ କାର୍ଡ ବିନା କାଢି କରିପାରିବେ ଟଙ୍କା : ଜାଣନ୍ତୁ କେମିତି

ନୂଆଦିଲ୍ଲୀ ୨୧/୪ : ଆମେ ସାଧାରଣତଃ ଏଟିଏମ ଏବଂ ଡେବିଟ କାର୍ଡ ସାହାଯ୍ୟରେ ସହଜରେ ଟଙ୍କା ବାହାର କରିଥାଉ | ପୂର୍ବରୁ ବ୍ୟାଙ୍କକୁ ଯାଇ ଲମ୍ବା ଲାଇନରେ ଛିଡା ହୋଇ ଟଙ୍କା କାଢ଼ିବାକୁ ପଡୁଥିଲା | ଏବେ ଆଉ ସେ ସମସ୍ୟା ନାହିଁ | ଏବେ ଏଟିଏମ କାର୍ଡ ସାହାଯ୍ୟରେ ଗୋଟିଏ ମିନିଟରେ ଟଙ୍କା କଢ଼ାଯାଇ ପାରୁଛି | ଟେକ୍ନୋଲୋଜି ଯେତେ ଆଡ଼ଭାନ୍ସ ହେଉଛି ବ୍ୟାଙ୍କିଙ୍ଗ ମଧ୍ୟ ସେତିକି ସୁବିଧାଜନକ ହୋଇଗଲାଣି | ଏବେ ଟଙ୍କା କାଢ଼ିବା ପାଇଁ ଏଟିଏମ ଡେବିଟ କାର୍ଡ ଦରକାର ପଡିବ ନାହିଁ |


ଏସବିଆଇ ମୋବାଇଲ ବ୍ୟାଙ୍କିଙ୍ଗ : ଭାରତୀୟ ଷ୍ଟେଟ ବ୍ୟାଙ୍କର YONO ଆପ ଜରିଆରେ ଡିଜିଟାଲ ଲେନଦେନ, କିଣାକିଣି, ବିଲ ପେମେଂଟ, ରିଚାର୍ଜ, ଟିକେଟ ବୁକିଂ ଆଦି କରିପାରିବେ | UPI ସାହାଯ୍ୟରେ ଆପଣ ଟଙ୍କା ମଧ୍ୟ ଟ୍ରାନ୍ସଫର କରାଯାଇପାରିବ | ଏହି ଆପ ଜରିଆରେ ଏସବିଆଇ ଏଟିଏମରୁ ଟଙ୍କା ମଧ୍ୟ କାଢ଼ିପାରିବେ ଏବଂ ଅନ୍ୟ ଲୋକଙ୍କ ପାଖକୁ ଟ୍ରାନ୍ସଫର ମଧ୍ୟ କରିପାରିବେ | ସର୍ବନିମ୍ନ ୫୦୦ ଟଙ୍କାରୁ ସର୍ବାଧିକ ୧୦ ହଜାର ଟଙ୍କା କାଢ଼ିପାରିବେ |


ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ : ଯଦି ଆପଣଙ୍କ ପାଖରେ ଆଇସିଆଇସିଆଇ ବ୍ୟାଙ୍କ ସର୍ଭିସ ଆକାଉଣ୍ଟ ନାହିଁ ତାହେଲେ ଆପଣ ଏଟିଏମରୁ ନଗଦ ଟଙ୍କା କାଢ଼ିପାରିବେ | ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ପୁଅର ଆଇସିଆଇସିଆଇ ବ୍ୟାଙ୍କରେ ସର୍ଭିସ ଆକାଉଣ୍ଟ ନାହିଁ ଏବଂ ସେ କୁଆଡେ ଯାତ୍ରା କରୁଛନ୍ତି, ତାଙ୍କୁ ଅଚାନକ ଟଙ୍କା ଦରକାର ପଡେ ତାହେଲେ ଆପଣ ତାଙ୍କୁ ସାହାଯ୍ୟ କରିପାରିବେ | ଏଥିପାଇଁ ଆପଣଙ୍କୁ କେବଳ ପୁଅର ନମ୍ବର ଦରକାର | ଆପଣଙ୍କ ମୋବାଇଲକୁ ଏକ ୪ ଅଙ୍କ ବିଶିଷ୍ଟ କୋଡ଼ ଆସିବ | ଆପଣଙ୍କ ପୁଅର ମୋବାଇଲକୁ ଏକ ୬ ଅଙ୍କ ବିଶିଷ୍ଟ କୋଡ଼ ଯିବ | ଏହି କୋଡ଼ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଆସିଥାଏ | ଆପଣ ଯାହାକୁ ଟଙ୍କା ପଠାଇବେ, ତାଙ୍କୁ ନିଜ ମୋବାଇଲ ନମ୍ବର, ୪ ଅଙ୍କ ବିଶିଷ୍ଟ କୋଡ଼ ଏବଂ ୬ ଅଙ୍କ ବିଶିଷ୍ଟ ଭେରିଫିକେସନ କୋଡ଼ ଏବଂ ମୋଟ ରାଶିକୁ ନିଜର ନିକଟତମ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମକୁ ଯାଇ ଏଣ୍ଟର କରିବାକୁ ପଡିବ | ଏହାପରେ ଆପଣଙ୍କୁ ଟ୍ରାନ୍ସଫର କରାଯାଇଥିବା ରାଶି ମିଳିଯିବ |


ଆକ୍ସିସ ବ୍ୟାଙ୍କ ଏଟିଏମ : କାର୍ଡଲେସ କ୍ୟାସ ଟ୍ରେନ୍ରୁଜେକ୍ସନ ପାଇଁ ପ୍ରଥମେ ଆଇଏମଟି ସର୍ଭିସ ଆରମ୍ଭ କରିବାକୁ ପଡିବ | ବ୍ୟାଙ୍କ ଏଟିଏମରୁ ଲାଭାର୍ଥିଙ୍କୁ ଆଇଏମଟି ଅପ୍ସନ ଚୟନ କରିବାକୁ ହେବ | ଏହାପରେ ‘Withdraw IMT’ ଚୟନ କରିବାକୁ ହେବ | ଏଥିପାଇଁ ଗ୍ରାହକଙ୍କୁ ମୋବାଇଲ ନମ୍ବର ଦେବାକୁ ହେବ ଯେଉଁଥିରେ ଆଇଏମଟି ବିବରଣୀ, ପ୍ରେଷକ କୋଡ଼, ଏସଏମଏସ କୋଡ଼ ଏବଂ ଆଇଏମଟି ରାଶି ପ୍ରାପ୍ତ କରିପାରିବେ | ଏବେ ଏଟିଏମରୁ ଟଙ୍କା କାଢି ପାରିବେ | ଏହାସହ ଲାଭାର୍ଥି ଏକ୍ସିସ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଏଟିଏମରୁ ମଧ୍ୟ ଆଇଏମଟି ସେବା ମାଧ୍ୟମରେ ଟଙ୍କା ଉଠାଇପାରିବେ |

767 Views

   ସମ୍ବନ୍ଧିତ ଖବର