Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ପାନ କାର୍ଡରେ ଲେଖା ଯାଇଥିବା ଏହି ନମ୍ବରର ଅର୍ଥ କଣ ଜାଣନ୍ତୁ

26/08/2019 at 12:08 PM

ପାନ କାର୍ଡ ଏକ ଏମିତି କାର୍ଡ ଯେଉଁଥିରେ ଲେଖା ଯାଇଥିବା ନମ୍ବରରେ ବ୍ୟକ୍ତିର ପୂରା କୁଣ୍ଡଳୀ ଥାଏ। କିନ୍ତୁ ଅଧିକାଂଶ ଲୋକେ ପାନ କାର୍ଡ ତଥା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବରରେ ଥିବା ଗୁରୁତ୍ବପୂର୍ଣ୍ଣ ସୂଚନା ବିଷୟରେ ଜାଣିନଥାନ୍ତି। ପାନ କାର୍ଡ ଇନ୍‌କମ୍‌ ଟାକ୍ସ ଡିପାର୍ଟମେଣ୍ଟ ପାଇଁ ବେଶ ଜରୁରୀ ହୋଇଥାଏ। ତେବେ ପାନ୍‌ କାର୍ଡ ଜଡିତ କିଛି ସୂଚନା ଓ ପାନ୍‌ କାର୍ଡରେ ଥିବା ନମ୍ବରର ମହତ୍ବ କଣ ଜାଣନ୍ତୁ।

କାର୍ଡରେ କାର୍ଡଧାରୀଙ୍କ ନାଁ ଓ ଡେଟ୍‌ ଅଫ ବାର୍ଥ ଲେଖାଯାଇଥାଏ। ପାନକାର୍ଡ ନମ୍ବରରେ ନାଁର ସରନେମ୍‌ ମଧ୍ୟ ରହେ। ପାନ୍‌ କାର୍ଡର ପଞ୍ଚମ ଡିଜିଟ୍‌ ନାଁର ସାଙ୍ଗିଆ ବା ସରନେମ୍‌ ଦର୍ଶାଏ। ଇନ୍‌କମ ଟାକ୍ସ ଡିପାର୍ଟମେଣ୍ଟ କାର୍ଡଧାରୀଙ୍କ ସରନେମ୍‌କୁ ମଧ୍ୟ ଗୁରୁତ୍ବ ଦିଏ। ଏଥିପାଇଁ ନମ୍ବରରେ ମଧ୍ୟ ଏହାର ସୂଚନା ଥାଏ।

ହେଲେ ଇନ୍‌କମ ଟାକ୍ସ ଡିପାର୍ଟମେଣ୍ଟ ଏହି ବିଷୟରେ କାର୍ଡଧାରୀଙ୍କୁ ଜଣାନ୍ତି ନାହିଁ।

ପାନ କାର୍ଡ ନମ୍ବରରେ ଦିଆଯାଇଥିବା ୧୦ ଡିଜିଟ୍‌ ନମ୍ବରର ବହୁତ ଗୁରୁତ୍ବ ଥାଏ। ଏହି କାର୍ଡ ଲେମିନେଟେଡ୍‌ ରୂପରେ ଆସେ। ଇନ୍‌କମ ଟାକ୍ସ ଏହି କାର୍ଡ ସେହିମାନଙ୍କୁ ଦିଅନ୍ତି ଯିଏ ପାନ କାର୍ଡ ପାଇଁ ଆବେଦନ କରିଥାଏ।  

ପାନ କାର୍ଡ ତିଆରି ହେବା ପରେ ବ୍ୟକ୍ତିଙ୍କ ସବୁ ଆର୍ଥିକ ଟ୍ରାନ୍‌ଜାକ୍‌ସନ ପାନ କାର୍ଡ ସହ ଲିଙ୍କ ହୋଇଥାଏ। ଏଥିରେ ଟ୍ୟାକ୍ସ ପେମେଣ୍ଟ ଓ କ୍ରେଡିଟ କାର୍ଡ ଭଳି ଅନ୍ୟ ଆର୍ଥିକ କାରବାର ମଧ୍ୟ ଲିଙ୍କ ହୁଏ। ପାନ କାର୍ଡ ନମ୍ବରରେ ପ୍ରଥମ ୩ଟି ଡିଜିଟ୍‌ ଇଂରାଜୀ ଲେଟର ଫର୍ମରେ ଥାଏ। ଏହା AAAରୁ ନେଇ ZZZ ଯାଏଁ କୌଣସି ଲେଟେର ହୋଇପାରେ। ଏହି ନମ୍ବର ଡିପାର୍ଟମେଣ୍ଟ ନିଜ ହିସାବରେ ଫିକ୍ସ କରେ। ପାନ କାର୍ଡ ନମ୍ବରର ଚତୁର୍ଥ ଡିଜିଟ ମଧ୍ୟ ଇଂରାଜୀରେ ଥାଏ। ଏହା କାର୍ଡଧାରୀର ଷ୍ଟାଟସ୍‌ ବିଷୟରେ ସୂଚନା ଦେଇଥାଏ।

P- ପର୍ସନ ବା ବ୍ୟକ୍ତି

F- ଫର୍ମ

C- କମ୍ପାନୀ

A: AOP(ଏସୋସିଏସନ ଅଫ ପର୍ସନ)

T- ଟ୍ରଷ୍ଟ

H- ହିନ୍ଦୁ ଅନ୍‌ଡିଭାଇଡେଡ୍‌ ଫ୍ୟାମିଲି

B- ବଡି ଅଫ ଇଣ୍ଡିିଭିଜୁଆଲ ବା ବ୍ୟକ୍ତିଙ୍କ ଶରୀର

L- ଲୋକାଲ ବା ସ୍ଥାନ

J- ଆର୍ଟିଫିସିଆଲ ଜୁଡିଶିଆଲ ପର୍ସନ

G- ଫର ଗର୍ଭନମେଣ୍ଟ

ସରନେମ୍‌ ପୂର୍ବରୁ ଆରମ୍ଭ ହୋଇଥିବା ଅକ୍ଷରରୁ ପ୍ୟାନକାର୍ଡ ନମ୍ବରର ପଞ୍ଚମ ଡିଜିଟ୍‌ ଇଂରାଜୀ ଲେଟେରରେ ଥାଏ। ଏହି ଡିଜିଟ କାର୍ଡଧାରୀଙ୍କ ସରନେମ୍‌ରେ ପ୍ରଥମ ଅକ୍ଷର ଥାଏ। ଏହା କେବଳ କାର୍ଡଧାରୀ ଉପରେ ନିର୍ଭର କରେ। ଏଥିରେ କେବଳ କାର୍ଡଧାରୀର ଲାଷ୍ଟ ନେମ ଦେଖାଯାଏ। ଏହା ପରେ ପାନ୍‌ କାର୍ଡରେ ୪ଟି ନମ୍ବର ରହେ। ଏହି ନମ୍ବର 0001 ରୁ ଆରମ୍ଭ କରି 9999 ଯାଏଁ ଥାଏ। ଏହାର ଶେଷ ଡିଜିଟ୍‌ ଏକ ଆଲଫାବେଟ ଚେକ୍‌ ଡିଜିଟ୍‌ ଥାଏ ।

   Related Posts