ବିଜେପି ନେତାଙ୍କ ଇନୋଭା କାରର ଚକ ଚୋରି, ଇଟା ଉପରେ ଗାଡ଼ି ରଖି ଦୁର୍ବୃତ୍ତ ଫେରାର

Published By : Prameya-News7 Bureau | November 29, 2020 IST

ଲକ୍ଷ୍ନୌ ୨୯/୧୧: ବିଜେପି ନେତାଙ୍କ କାରରୁ ଚକ ଚୋରି କରି ଦୁର୍ବୃତ୍ତ ଫେରାର। ଇନୋଭା କାରର ଗୋଟିଏ ଚକ ଚୋରି ହୋଇଥିବା ବେଳେ ଇଟା ଉପରେ ଗାଡ଼ିକୁ ରଖି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶର ଅଲିଗଡ଼ରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ବିଜେପି ନେତା ତଥା ମହିଳା ଆୟୋଗ ସଦସ୍ୟ ମୀନା କୁମାରୀଙ୍କ ସରକାରୀ କାରର ଚକ ଚୋରି ହୋଇଯାଇଛି। ପୋଲିସକୁ ନେତ୍ରୀ ଦେଇଥିବା ସୂଚନା ଅନୁସାରେ, ତାଙ୍କର ଇନୋଭା କାର ଘର ବାହାରେ ଛିଡ଼ା ହୋଇଥିଲା। ତେବେ କାରର ଗୋଟିଏ ଚକ ଚୋରି ହୋଇଥିବା ବେଳେ ଦୁର୍ବୃତ୍ତ କାରର ସେହି ପାର୍ଶ୍ବକୁ ଇଟା ଉପରେ ରଖି ଫେରାର ହୋଇଯାଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଛାନ୍‌ଭିନ୍‌ ଆରମ୍ଭ କରିଛି। କ୍ବାରସୀ ଥାନା ଅନ୍ତର୍ଗତ ଜ୍ଞାନ ସରୋବର କଲୋନିରେ ଏଭଳି ଘଟଣା ଘଟିଛି। କଲୋନିରେ ବିଜେପି ନେତ୍ରୀ ମୀନା କୁମାରୀ ରହୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ମୀନା କୁମାରୀ ବିଳମ୍ବିତ ରାତିରେ ଏକ ବାହାଘରରୁ ଯୋଗ ଦେଇ ଫେରିଥିଲେ। ନିଜର ଇନୋଭା କାର ଘର ବାହାରେ ଛିଡ଼ା କରି ସେ ଶୋଇବାକୁ ଚାଲିଯାଇଥିଲେ। ତେବେ ସକାଳେ ତାଙ୍କ କାରର ଏକ ଚକ ନଥିବା ବେଳେ ଗାଡ଼ି ଇଟା ଉପରେ ଥିବା ଦେଖିଥିଲେ ମୀନା କୁମାରୀ। ସେ ସଂଗେସଂଗେ ଏନେଇ ପୋଲିସରେ ଖବର ଦେଇଥିଲେ। ତେବେ ପୋଲିସ ଘଟଣାର ଯାଞ୍ଚ କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.