ଡାଇଭର୍ସନରେ ଖସିଲା କାର୍, ଅଳ୍ପକେ ବର୍ତ୍ତିଲେ ପୂର୍ବତନ ବିଧାୟକଙ୍କ ପୁଅ
2/01/2021 at 3:00 PM

ଜଳେଶ୍ବର ୨।୧: ପୋଲରୁ ତଳକୁ ଖସିଲା କାର୍ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩ ଜଣ । ବାଲେଶ୍ଵର ଜିଲ୍ଲା ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତାର ଇଡକୋ ଛକ ନିକଟରେ ଘଟିଛି ଦୁର୍ଘଟଣା ।

ନିର୍ମାଣ ହେବାକୁ ଥିବା ପୋଲର ଡାଇଭର୍ସନ ରାସ୍ତା ଜାଣିନପାରି ତଳକୁ ଖସିପଡିଛି କାର୍ । ଦୁର୍ଘଟଣା ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପୁଅ ଦିବ୍ୟକାମ ମହାନ୍ତି । ତାଙ୍କ ସହ ଥିବା ଅନ୍ୟ ଦୁଇ ଜଣ ମଧ୍ୟ ବର୍ତ୍ତି ଯାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବାଲିଆପାଳ ଇଡକୋ ଛକ ନିକଟରେ ରାସ୍ତା ଉପରେ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେଠାରେ ଡାଇଭର୍ସନ କରାଯାଇ ଯିବାଆସିବାର ସୁବିଧା କରାଯାଇଛି । ମାତ୍ର ଲୋକମାନେ ଡାଇଭର୍ସନ ସଂପର୍କରେ ଜାଣିନଥିବାରୁ ଏପରି ଦୁର୍ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021