ଘିଅ ଟ୍ୟାଙ୍କର୍-କାର ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର, ଘିଅରେ ଭାସିଲା ରାସ୍ତା
23/11/2020 at 5:21 PM

ସୋର୨୩/୧୧: ଜାତୀୟ ରାଥଜପଥରେ ଓଲଟିଲା ଘିଅ ଟ୍ୟାଙ୍କର। କାର ଏବଂ ଘିଅ ଟ୍ୟାଙ୍କର ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ମୃତ ଏବଂ ଗୁରୁତର। ମୃତକ ହେଲେ ଏୟାର ଫୋର୍ସରୁ ଅବସରପ୍ରାପ୍ତ ଶରତ ଚନ୍ଦ୍ର ମିଶ୍ର, ଗୁରୁତର ହେଲେ ତାଙ୍କ ପୁତୁରା। ଗୁରୁତର ଅବସ୍ଥାରେ ତାଙ୍କୁ ସିମୁଳିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ସିମୁଳିଆ ଥାନା ୧୬ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ଘିଅ ଟାଙ୍କି ସମ୍ପୂର୍ଣ୍ଣ ଭାବେ ଫାଟି ଯାଇଥିଲା। ଘିଅରେ ରାସ୍ତା ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଥିଲା। ଏପରି କି ଦୁର୍ଘଟଣାସ୍ଥଳରୁ ମାତ୍ର କେଇ ମିଟର ଦୂରରେ ପେଟ୍ରୋଲ ଟାଙ୍କି ରହିଛି।

ରାସ୍ତାରେ ଯାତାୟତା କରୁଥିବା ଗାଡି-ମଟର ଯାତାୟତା କରୁଥିଲା। ଯେଉଁ ଭୟ ଥିଲା, ରାସ୍ତାରେ ଯାଉଥିବା ଗାଡି-ମଟର ଯୋଗୁଁ ଘିଅ ଟାଙ୍କିରେ ନିଆଁ ଲାଗି ଯାଇପାରେ। ସୌଭାଗ୍ୟବଶତଃ, ସେପରି କିଛି ହୋଇନଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି।