Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଅଚାନକ ଲାଗିଲା ନିଆଁ, କାର୍ ଭିତରେ ଜିଅନ୍ତା ଜଳିଗଲେ ବ୍ୟବସାୟୀ

3/11/2020 at 3:25 PM

ହାପୁର ୩।୧୧: ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ହାଫିଜପୁର ଥାନା ଅଞ୍ଚଳରେ ଜାତୀୟ ରାଜପଥ ୩୩୪ ନିକଟରେ ଏକ କାର୍ ରେ ଅଚାନକ ନିଆଁ ଲାଗି ଯାଇଛି । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । କାର୍ ଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ପୋଲିସ ତଦନ୍ତ ବେଳେ ମୃତକଙ୍କ ପରିଚୟ ମିଳିଛି । ମୃତକ ଜଣଙ୍କ ଦିଲ୍ଲୀର ସଞ୍ଜୀବ ମହାଜନ । ସେ ଜଣେ ପରିବା ବ୍ୟବସାୟୀ ଥିଲେ । ସେ ହାପୁର ନିକଟସ୍ଥ ହାଫିଜପୁର ଅଞ୍ଚଳରେ ବନ୍ଧାକୋବି କ୍ରୟ କରିବାକୁ ଆସିଥିଲେ । ହାଫିଜପୁର ଥାନା ଅଞ୍ଚଳ ଜାତୀୟ ରାଜପଥ ୩୩୪ ନିକଟରେ ତାଙ୍କ କାରରେ ଅଚାନକ ନିଆଁ ଲାଗିଯାଇଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କାର୍ ସେଣ୍ଟ୍ରାଲ ଲକ୍ ଯୋଗୁଁ କାର୍ ଗୁଡିକର ଡୋର୍ ଆଉ ଗ୍ଲାସ୍ ସମ୍ପୂର୍ଣ୍ଣ ଭାବେ ଲକ୍ ହୋଇଯାଇଥିଲା । ଯାହା ଫଳରେ ବ୍ୟବସାୟୀ ଜଣଙ୍କ କାରରୁ ବାହାରି ପାରିନଥିଲେ । କାର୍ ଭିତରେ ହିଁ ଜଳି ଯାଇ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସକୁ କାର୍ ଭିତରୁ ବ୍ୟବସାୟୀଙ୍କ କଙ୍କାଳ ମିଳିଥିଲା । ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ପୋଲିସ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

   Related Posts