ଝିଅଙ୍କୁ ଫସାଇବା ପାଇଁ ଚୋରି କରୁଥିଲେ କାର, ଫେସବୁକରେ ଅପଲୋଡ଼ କରୁଥିଲେ ଫଟୋ…ତା ପରେ କଣ ହେଲା..ଜାଣିବା
29/12/2018 at 8:55 PM

ମୈଥିଳି ୨୯/୧୨-ଦୁନିଆ ବଡ଼ ଅଜବ । ଫେସବୁକରେ ଫଟୋ ଅପଲୋଡ଼ କରିବାକୁ ଚୋରି କରୁଥିଲେ କାର୍ । ସେହି କାର୍ ସହ ଫଟୋ ଉଠାଇ ଫସାଇବାକୁ ଚେଷ୍ଟାକରୁଥିଲେ ଝିଅମାନଙ୍କୁ । ସେହିଭଳି ଅଜବ ନିଶା ସହ ରହି କାର ଚୋରିକରି ଏବେ ପୋଲିସ ହାଜତରେ । ଆସନ୍ତୁ ଜାଣିବା କଣ ଥିଲା ଘଟଣା ।

ସେମିତି ଜଣେ ଯୁବକ ହେଲା ଶହୀଲ ଭରଦ୍ଵାଜ । ସେ ପ୍ରଥମେ କାର୍ ଚୋରି କରିଥିଲା । ଚୋରି କାର ସହ ଫଟୋ ଉଠାଇ ଅପଲୋଡ଼ କରିଥଲା ଫେସବୁକ ପେଜରେ । ଝିଅମାନଙ୍କୁ ପ୍ରେମଜାଲରେ ଫସାଇବା ଥିଲା ମୁଖ୍ୟ ଲକ୍ଷ୍ୟ ।
କିଛିଦିନ ପରେ ଫେସବୁକ ପ୍ରେମଜାଲରେ ଝିଅଟିଏ ପଡ଼ିଥିଲା । ଝିଅଟିକୁ ଦେଖାକରିବାକୁ ଦିଲ୍ଲୀ ଯାଇଥିଲା ଶହୀଲ। ଗାର୍ଲଫ୍ରେଣ୍ଡକୁ ବିଭିନ୍ନ ଲୋଭ ମଧ୍ୟ ଦେଖାଇଥିଲା ।କିଛିଦିନପରେ ବହୁତ ଟଂକା ଆସିଯିବା କହିଥିଲା ଗାର୍ଲଫ୍ରଣ୍ଡକୁ ।
ଅପରପକ୍ଷରେ ସେଇ ଚୋରି କାରକୁ ବିକିବା ପାଇଁ ଚେଷ୍ଟା କରୁଥିଲା ଶହୀଲ । ହେଲେ ଚୋରିକାର ହୋଇଥିବା କାରଣରୁ କେହି କିଣିବାକୁ ଆଗ୍ରହ ପ୍ରକାଶ କରୁ ନ ଥିଲେ । ଏହି ଘଟଣା ଆସ୍ତେଆସ୍ତେ ପୋଲିସର ନଜରକୁ ଆସିଥିଲା । ଲୁଧିଆନା ପୋଲିସ ଶହୀଲ ଓ ଏହି ଚୋରି ଘଟଣାସହ ସଂପୃକ୍ତ ଥିବା ଅନ୍ୟଜନେ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏହି ଚୋରି ଘଟଣାସହ ସଂପୃକ୍ତଥିବା ଶହୀଲ ଓ ଶାହରୁଖ ଘର ପାଖରେ ବି ମିଛ କହୁଥିଲେ । ଶହୀଲର ପରିବାର ଲୋକ ସୂତାମିଲରେ କାମକରୁଥିବା ବେଳେ ଶାହରୁଖର ପରିବାରର ଓ୍ଵେଲଡ଼ିଂ ଦୋକାନ ଥିଲା । ଲୋକମାନେ ଏମାନେ ହଠାତ କାର୍ ଚଢ଼ିବୁଲିବାକୁ ସହଜରେ ଗ୍ରହଣ କରିପାରୁ ନଥିଲେ । ସେମାନେ ସାଙ୍ଗହୋଇ ବ୍ୟବସାୟ କରୁଥିବା କଥା କହୁଥିଲେ ।
ଦୁଇସାଙ୍ଗ ଗାର୍ଲଫ୍ରେଣ୍ଡ ଖୋଜିବା ପାଇଁ କାର ଚୋରି କରୁଥିବା କଥା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରିଛି ।