Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ରାତିରେ ଚୋରି ହୋଇଥିବା ଗାଡି, ସନ୍ଧ୍ୟାରେ ଉଦ୍ଧାର, ଘଟଣାରେ ସାମ୍ବାଦିକଙ୍କ ସମ୍ପୃକ୍ତି ନେଇ ସନ୍ଦେହ

11/09/2020 at 10:18 PM

ବରଗଡ଼ ୧୧।୦୯: ରାତିରେ ଚୋରି ହୋଇଥିବା ଗାଡି ,ସନ୍ଧ୍ୟାରେ ଉଦ୍ଧାର। ଗାଡି ଚୋରୋରେ ଜଣେ ସୋସିଆଲ ମିଡିଆ ଓ ଦୈନିକ ଭାସ୍କର ଖବର କାଗଜରେ ସାମ୍ବାଦିକଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହା ଏବେ ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ବରଗଡ଼ ପୌରାଞ୍ଚଳର ଶିବାନନ୍ଦ ନଗର ସ୍ଥିତ ମହାରାଜା କଲୋନୀରେ ରହୁଥିବା ପ୍ରମୋଦ ମହାନ୍ତି (ଲିଟୁ) ସବୁଦିନ ପରି ଗତ ୯ ତାରିଖ ରାତିରେ ତାଙ୍କ ଚାରି ଚକିଆ ଯାନ ଓଡି ୩୩ ଏମ ୦୭୭୫ ନମ୍ବର ବିଶିଷ୍ଟ କ୍ରୁଇଜରକୁ ଘର ନିକଟରେ ରଖିଥିଲେ । ମାତ୍ର ୧୦ ତାରିଖ ସକାଳୁ ଗାଡିଟି ସେଠାରେ ନଥିବାରୁ ବରଗଡ଼ ଟାଉନ ଥାନାରେ ଗାଡିଟି ଚୋରି ହେଇଯାଇଥିବା ନେଇ ପ୍ରଥମେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅପରାହ୍ନରେ ଲିଟୁଙ୍କ ଡ୍ରାଇଭରଙ୍କ ପାଖକୁ ସମୀର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଫୋନ କରି ଗାଡିଟିର ଠିକଣା ସମ୍ପର୍କରେ ଜାଣିବାକୁ ରାଜ୍ ଶର୍ମା ସହ କଥା ହେବାକୁ କହିଥିଲେ।

ପରେ ଲିଟୁ ରାଜ୍ ଶର୍ମା ସହ ଫୋନରେ କଥା ହେବାରୁ ସେ ୪୦ ହଜାର ଟଙ୍କା ଦେଲେ ଗାଡିର ଅବସ୍ଥିତି ଜଣେଇବେ ବୋଲି କହିଥିଲେ । ପରେ ୧୦ ହଜାର ଟଙ୍କାରେ କଥା ଛିଣ୍ଡିବାରୁ ଗାଡିଟି ବ୍ରହ୍ମଚାରୀରେ ଥିବା ରାଜ୍ ଶର୍ମା କହିଥିଲେ। ସନ୍ଧ୍ୟାରେ କାଦୁଅରେ ଫସି ରହିଥିବା ଗାଡିକୁ ବ୍ରହ୍ମଚାରୀରୁ ଉଦ୍ଧାର କରାଯାଇଥିଲା। ତେବେ ଗାଡିକୁ ଉଦ୍ଧାର କରିବା ପରେ ଲିଟୁ ମହାନ୍ତି ଫୋନରେ ଗାଡିର ଠିକଣା ବତେଇବା ଲାଗି ଅର୍ଥ ଦାବି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି । ତେବେ ଫୋନ କଲ ଓ ଅଡିଓ ରେକର୍ଡକୁ ଭିତ୍ତି କରି  ଗାଡି ଚୋରିରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ବରଗଡ଼ ଟାଉନ ପୋଲିସ  ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ରାଜ ଶର୍ମାକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବରଗଡ଼ ଟାଉନ ପୋଲିସ ।

   Related Posts