Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଦେଖୁ ଦେଖୁ ମାଟି ତଳେ ପୋତି ହୋଇଗଲା କାର୍‌, ଏମିତି କାହିଁକି ହେଲା ଜାଣନ୍ତୁ

13/06/2021 at 8:15 PM

ମୁମ୍ବାଇ ୧୩/୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ମୌସୁମୀ ଜନିତ ବର୍ଷା ଯୋଗୁଁ ହାଲ ବେହାଲ ହୋଇପଡ଼ିଛି । ଗତ ଦୁଇ ତିନି ଦିନ ହେଲା ମୁମ୍ବାଇର ପାଖାପଖି ଅଞ୍ଚଳରେ ନିର୍ଧୁମ ବର୍ଷା ହେଉଛି । ବର୍ଷା ଯୋଗୁଁ ଅନେକ ରାସ୍ତା ଜଳମଗ୍ନ ହୋଇିଛି । ଅନେକ ବିଲ୍ଡିଂ ଧୂଳିସାତ ହୋଇଛି । ଏହାରି ଭିତରେ ମୁମ୍ବାଇର ଘାଟକୋପୁର ଅଞ୍ଚଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ ଭାଇରାଲ ହେଉଛି। ପାର୍କିଂରେ ଛିଡ଼ା ହୋଇଥିବା ଏକ କାର ଦେଖୁ ଦେଖୁ ମାଟି ତଳେ ପୋତି ହୋଇଯାଇଛି ।

କାର ମାଟି ତଳେ ପୋତି ହୋଇଯିବା ନେଇ ଖବର ଏବଂ ଭିଡିଓ ସାମ୍ନାକୁ ଆସିବା​‌ ପରେ ଏହା ଉପରେ ମୁମ୍ବାଇ ଟ୍ରାଫିକ୍‌ ପକ୍ଷରୁ ବୟାନ ଜାରି କରାଯାଇଛି। ଟ୍ରାଫିକ୍‌ ପୋଲିସ ମତରେ କାର ଯେଉଁଠି ପୋତି ହୋଇଛି ସେଠାରେ ପୂର୍ବରୁ ଏକ କୂଅ ଥିଲା। କିଛି ଲୋକ ଏହା ଉପରେ କଂକ୍ରିଟ୍‌ ସ୍ଲାବ ପକାଇଦେଇଥିଲେ । ପରେ ପରେ ଏଠାରେ କାର ପାର୍କିଂ ଆରମ୍ଭ ହୋଇଥିଲା ।

ଦର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ପ୍ରବଳ ବର୍ଷାରେ ମାଟି ଧସିବା ଯୋଗୁଁ ଏଭଳି ହୋଇଥିବା କୁହାଯାଉଛି। ଏହି ଘଟଣା ଘାଟୋକପୁର ଅଞ୍ଚଳରେ ଥିବା ଏକ ସୋସାଇଟ୍‌ରେ ଘଟିଛି। ଏଠାରେ କିଛି ସଡ଼କ ଏବଂ ଟ୍ରେନ୍‌ ଧାରଣା ଜଳମଗ୍ନ ହୋଇଛି।

ସେପଟେ ଆହୁରି ଦୁଇ ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ୩୬ ଜିଲ୍ଲାରୁ ୨୧ ଜିଲ୍ଲାରେ ଏକରୁ ୧୦ ଜୁନ୍‌ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି।

   Related Posts