ଗାଡି ‘ସୋ’ ରୁମ୍କୁ ସିଲ୍ କଲା ଜିଲ୍ଲା ପ୍ରଶାସନ, ୭ ଦିନ ପରେ ନିଆଯିବ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ
19/09/2020 at 9:34 PM

ଅନୁଗୁଳ୧୯/୯: ଗାଡି ସୋ ରୁମ୍କୁ ୭ ପାଇଁ ସିଲ୍ କଲା ଜିଲ୍ଲା ପ୍ରଶାସନ। ଅନୁଗୁଳ ସିପିପି ନିକଟରେ ଥିବା ମାରୁତି ସୋ ରୁମ୍କୁ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ସେହି ସୋ ରୁମ୍ରେ କାର୍ଯ୍ୟରତ ୫ ଜଣ କର୍ମଚାରୀ କରୋନା ସଂକ୍ରମଣ ହେବା ପରେ ଜିଲ୍ଲା ପ୍ରଶାସନର ସ୍ଵତନ୍ତ୍ର ସ୍କ୍ବାର୍ଡ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଏଥିରେ ଅନଗୁଳ ଉପଜିଲ୍ଲାପାଳ, ବନରପାଳ ତହସିଲଦାର ଏବଂ ଜଣେ ଆଡ଼ସିନାଲ ଏସ.ପିଙ୍କ ଉପସ୍ଥିତିରେ ସିଲ କରାଯାଇଛି। ୭ ଦିନ ପର୍ଯ୍ୟନ୍ତ ସୋ ରୁମ୍ ବନ୍ଦ ରହିବ। ଏଥିମଧ୍ୟରେ ସୋ ରୁମକୁ ସାନିଟାଇଜ କରିବା ସହ ଅନ୍ୟ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଇଛି। ୭ ଦିନ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Related Posts
ଆଜି ରାଜ୍ୟ କ୍ୟାବିନେଟ୍ : ୧୧ ପ୍ରସ୍ତାବରେ ବାଜିପାରେ ମୋହର
12 April 2021