ବିଚ୍ ରାସ୍ତାରେ ହୁ ହୁ ହୋଇ ଜଳିଲା କାର୍‌, ଅଳ୍ପକେ ବର୍ତ୍ତିଗଲେ ପରିବାର

Published By : Prameya-News7 Bureau | December 28, 2019 IST

ନୀଳଗିରି ୨୮​‌।୧୨ : ବିଚ୍ ରାସ୍ତାରେ ଜଳିଲା କାର୍ । ବାଲେଶ୍ବର ଜିଲ୍ଲା ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ କାର୍‌ରେ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣଆସ୍ଥାଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳ ସମୟରେ ଜଣ ପର୍ଯ୍ୟଟକ ନିଜ ସପରିବାର ସହିତ ପଞ୍ଚଲିଙ୍ଗେଶ୍ବର ଶୈବପୀଠ କରିଥିଲେ , ପରେ ସେମାନେ ନୀଳଗିରି ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ସମୟରେ ହଠାତ୍ ତାଙ୍କ ଚଳନ୍ତା କାର୍‌ରେ ନିଆଁ ଲାଗିଯାଇଥିଲା ।  ତେବେ କାର୍‌ରେ ନିଆଁ ଲାଗିଥିବାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ୍ତ କରିଛି । ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତିଯାଇଛନ୍ତି  ପରିବାର ଲୋକେ। ଯାଜପୁର ଟାଉନ ଅଞ୍ଚଳର ରତିରଞ୍ଜନ ପଣ୍ଡା ଓ ସପରିବାର ନୀଳଗିର ବୁଲିବାକୁ ଆସିଥିଲେ । ତେବେ ଚଳନ୍ତା କାର୍‌ରେ ସର୍ଟ ସର୍କିଟ ଯୋଗୁଁ କାର୍‌ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.