ନୂଆଦିଲ୍ଲୀ ୦୩/୧୦: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପରେ ଏଠାକାର ସ୍ଥିତିରେ ସୁଧାର ଆସୁଛି। ଏହା ସହ ଏଠାକାର ଲୋକଙ୍କୁ ମଧ୍ୟ ସୁବିଧା ମିଳୁଛି। ଏହି କ୍ରମରେ ଏଠାରେ ରହୁଥିବା ମହିଳାଙ୍କୁ ଡ୍ରାଇଭିଂ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଗୋଟିଏ ରାଲିର ଆୟୋଜନ କରାଯାଇଛି। ଗୋଟିଏ ଏନଜିଓ ଶ୍ରୀନଗର ଟ୍ରାଫିକ ପୋଲିସ ସହଯୋଗରେ ଏହାକୁ ଆୟୋଜନ କରିଛି। ଯେଉଁଥିରେ ମହିଳା ଡ୍ରାଇଭର ସେମାନଙ୍କର ଦକ୍ଷତା ଦେଖାଇଛନ୍ତି।
ପୁରୁଷ ମହିଳାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏଡାକୁ ଆୟୋଜନ କରାଯାଇଛି। ଏହା ସହ ମହିଳାଙ୍କୁ ଡ୍ରାଇଭିଂ କ୍ଷେତ୍ରରେ ଉତ୍ସାହ ବଢ଼ାଇବା ପାଇଁ ଆୟୋଜନ କରାଯାଇ ଥିବା ଜଣେ ପ୍ରତିଯୋଗୀ କହିଛନ୍ତି। ଲୋକମାନେ କହନ୍ତି ମହିଳାମାନେ ଭଲ ଗାଡ଼ି ଚଳାଇ ପାରନ୍ତି ନାହିଁ। ମାତ୍ର ଯଦି ନାରୀ ଘର ଓ ଅଫିସ କାମ କରିପାରୁଛନ୍ତି ତେବେ ଡ୍ରାଇଭିଂ କାହିଁକି କରିପାରିବେ ନାହିଁ। ଏହି ଚିନ୍ତାଧାରାକୁ ଦୂର କରିବା ପାଇଁ ଏହାକୁ ଆୟୋଜନ କରାଯାଇଛି।
ମହିଳା ପୁରୁଷଙ୍କ ଭଳି ମଧ୍ୟ ଭଲ ଗାଡ଼ି ଚାଳକ ଏହି କଥା ପ୍ରମାଣ କରିବାର ଏହି ରାଲି ଏକ ମାଧ୍ୟମ। ତେବେ ସାଧାରଣ ଜନତାଙ୍କୁ ସଚେତନ କରିବା ହେଉଛି ଏ ରାଲିର ମୁଖ୍ୟ ଉଦ୍ଦେଶ୍ୟ।