ପ୍ରବଳ ଗ୍ରୀଷ୍ମତାପରୁ ରକ୍ଷା ପାଇବା ପାଇଁ କାରର ମାଲିକାଣୀ କଲେ ଏପରି କାମ : ସୋଶିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Published By : Prameya-News7 Bureau | May 23, 2019 IST

ନୂଆଦିଲ୍ଲୀ ୨୩/୫: ମଇ ମାସ ସରିବାକୁ ଆଉ କିଛି ଦିନ ବାକି ରହିଲା ଏବଂ ଗରମ ମଧ୍ୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଭୀଷଣ ଗରମ ଏବଂ ଲୁ କାରଣରୁ ପଶ୍ଚିମ ଏବଂ ଉତ୍ତର ଭାରତରେ ଦ୍ବିପ୍ରହର ସମୟରେ ଘରୁ ବାହାରିବା କଷ୍ଟକର ହୋଇଗଲାଣି। ଗରମରୁ ବଞ୍ଚିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି। ଏହି ମାମଲାରେ ଏକ ଅଦ୍ଭୁତ ଭିଡିଓ ଭାଇରାଲ ହୋଇଛି।

ଭାଇରାଲ ଭିଡିଓରେ ଜଣେ କାର ମାଲିକାଣୀ ନିଜ ଗାଡ଼ିକୁ ଥଣ୍ଡା ରଖିବା ପାଇଁ ଗାଈର ଗୋବରରେ ଗାଡ଼ିକୁ ରଙ୍ଗ କରି ଦେଇଛନ୍ତି। ସୋଶିଆଲ ମିଡିଆରେ ଗୋବରରେ ଲିପା ହୋଇଥିବା ଏହି କାରର ଫଟୋ ଖୁବ୍ ଭାଇରାଲ ହୋଇଛି।

ଜଣେ ଫେସବୁକ୍ ୟୁଜର ଋପେଶ ଗୈାରଙ୍ଗ ଦାସ ଗୋବରରେ ରଙ୍ଗାଯାଇଥିବା କାରର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ସେ ଏଯାଏଁ କେବେବି ଗାଈର ଗୋବରର ସଦୁପଯୋଗ ହୋଇଥିବା ଦେଖିନଥିଲେ। ୪୫ଡିଗ୍ରୀ ସେଲସିୟସ ଗରମକୁ ମାତ୍ ଦେବା ପାଇଁ ଏବଂ ନିଜ ଗାଡ଼ିକୁ ଗରମରୁ ରକ୍ଷା କରିବା ପାଇଁ ଶେଜଲ ଶାହା ନିଜ କାରକୁ ଗାଈର ଗୋବରରେ ରଙ୍ଗ କରି ଦେଇଛନ୍ତି।

ଭାରତର ଗ୍ରାମୀଣ ଅଞ୍ଚଳରେ ଘରକୁ ଥଣ୍ଡା ରଖିବା ପାଇଁ ଗାଈର ଗୋବରରେ ଲିପା ଯାଇଥାଏ। ହଜାର ହଜାର ବର୍ଷରୁ ଚଟାଣକୁ ଲେପିବା ପାଇଁ ଗୋବର ବ୍ୟବହାର କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.