Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ନୃତ୍ୟ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଓଲଟିଲା କାର, ଯୁବତୀ ମୃତ, ୬ ଗୁରୁତର

2/04/2021 at 10:48 PM

ଯାଜପୁର ୦୨।୦୪: କାର  ଓଲଟିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଯାଜପୁର ଟାଉନ ଥାନା ଅନ୍ତର୍ଗତ କମାଗଡ଼ ଠାରେ ଗାଡି ଓଲଟିବା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ  ୬ ଜଣ ଗୁରୁତର ଭାବେ ଆହତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାର ଆଜି ରାତି ପ୍ରାୟ ୮ ଟା ସମୟରେ କମାଗଡ ଠାରେ ଏହି ଦୁର୍ଘଟଣା ଘଟିଛି।  ପାଣିକୋଇଲିକୁ ଏକ ନୃତ୍ୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି  ପଡିଥିଲା।  ଘଟଣାସ୍ଥଳରେ  ଟାଉନ ଥାନା ଅଧିନ ବାଣପୁର ଗ୍ରାମର ରବିନ୍ଦ୍ର ଜେନାଙ୍କ ଝିଅ ଉର୍ମିଳା ଜେନା(୧୮)ଙ୍କ ମୃତ୍ୟୁ ହୋଇଛି।

ଅନ୍ୟ ପଟେ କଟକ ବିରିଡି ଥାନା ସାଗରିକା ପ୍ରଧାନ, ଭଦ୍ରକର ଦିପକ ନାୟକ, ଯାଜପୁର ଟାଉନ ଅଂଚଳର ମଧୁଲିକା  ସାହୁ(୪୦)  ଓ ତାଙ୍କ ଝିଅ ମୀନରବା (୧୦)ସାହୁ  ଆହତ ହୋଇଛନ୍ତି।  ଖବର ପାଇ ଟାଉନ ଥାନା ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

   Related Posts