ହୁତୁ ହୁତୁ ହୋଇ ଜଳିଗଲା କାର୍, କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | January 27, 2022 IST

ରାଉରକେଲା ୨୭।୦୧: ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରରେ ଅଘଟଣ। ଆଇଟି କଲୋନୀରେ ଛିଡା ହୋଇଥିବା ଏକ କାରରେ ଲାଗିଯାଇଥିଲା ନିଆଁ । ଯାହାଫଳରେ କାର୍‌ଟି ପୋଡିଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି ।

{"id":579966,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ରାଜଗାଙ୍ଗପୁର  ଆଇଟି କଲୋନୀର ବାସିନ୍ଦା ରାଜେଶ୍ୱର ରଥ ବୁଧବାର ରାତିରେ  ବଲେନୋ ଗାଡି (ଓଡ଼ି ୧୪ଟି ୯୦୬୫)ଟିକୁ ରାଧାକୃଷ ମନ୍ଦିର ଆଗରେ ରଖିଥିଲେ । ରାତି ପ୍ରାୟ ସାଢେ  ୧୨ଟା ସମୟରେ ଏକ ଜୋର ଶବ୍ଦ ଶୁଣି ଆଖପାଖରେ ରହୁଥିବା  ଲୋକ ଘରୁ ବାହାରି ଆସି ଦେଖିଲା ବେଳକୁ କାରଟି ଜଳୁଥିଲା ।

{"id":579967,"sizeSlug":"full","linkDestination":"none"}

ସ୍ଥାନୀୟ ଲୋକେ ତୁରନ୍ତ ଗାଡି ମାଲିକଙ୍କୁ ଖବର ଦେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ କିଭଳି ଲାଗିଲା ତାହା ଜଣା ପଡି ନଥିବା ବେଳେ ଏ ନେଇ ଗାଡି ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ରାଜଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.