Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ରାଜଧାନୀରେ ମାତିଛନ୍ତି କାର୍‌ ଲୁଟେରା : ଲୁଟେରାମାନଙ୍କୁ ଧରିବାକୁ ପ୍ରୟାସ ଚଳାଇଛି କମିଶନରେଟ୍‌ ପୋଲିସ

11/06/2019 at 5:10 PM

ଭୁବନେଶ୍ବର ୧୧/୬ : ରାଜଧାନୀରେ ମାତିଛନ୍ତି କାର୍‌ ଲୁଟେରା । ଗଲା ୫ଦିନ ଭିତରେ ଲୁଟେରାମାନେ ୩ଟି କାର୍‌କୁ ଟାର୍ଗେଟ୍‌ କରିଥିବା ବେଳେ ସେଥିମଧ୍ୟରୁ ୨ଟି କାର ଲୁଟିବାରେ ସଫଳ ହୋଇଛନ୍ତି । ଅଭିଯୋଗ ପରେ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି କମିଶନରେଟ୍‌ ପୋଲିସ । ….

ଭଡ଼ାରେ କାର୍‌ ନେବାକୁ କହି ବସୁଛନ୍ତି, ଆଉ ରାସ୍ତାରେ ଡ୍ରାଇଭରକୁ ତଣ୍ଟିଆ ମାରି କାର୍‌ ନେଇ ଉଭାନ୍‌ ହୋଇଯାଉଛନ୍ତି । ଗଲା ସୋମବାର ଏମିତି ଏକ ଘଟଣା ଘଟିଛି ପାହଳ ଛକରେ । କଟକରୁ ଏକ ଭଡ଼ାକାର୍‌ ନେଇ ଆସିଥିବା ଦୁର୍ବୃତ୍ତ ପାହାଳ ନିକଟରେ ଡ୍ରାଇଭରକୁ ଧକ୍କାଦେଇ ବାହାର କରିବା ସହ କାର୍‌ ନେଇ ପଳାଇଥିଲେ ।  ଡ୍ରାଇଭର ଜଣକ ଗାଡ଼ି ମାଲିକଙ୍କୁ ସବୁ କଥା ଜଣାଇବା ପରେ ସେ ପୋଲିସକୁ ଖବର ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ଟେର୍‌ ପାଇନି ପୋଲିସ ।

ଗଲା ରବିବାର ମଧ୍ୟ ସମାନ ଘଟଣା ଘଟିଛି ଖଣ୍ଡଗିରି ଜୟଦେବ ବାଟିକା ଛକ ନିକଟରେ । । କାର ସହ ଡ୍ରାଇଭରକୁ ଅପହରଣ କରିନେଇଥିଲେ । କଟକ ଯିବା ବାଟରେ ଦୁର୍ବୃତ୍ତମାନେ କାର ଡ୍ରାଇଭରଙ୍କୁ ମାରିଦେବା ଉଦେଶ୍ୟରେ ବାହାରକୁ ଟାଣିବା ସମୟରେ,  ଡ୍ରାଇଭର ଜଣକ ସେମାନଙ୍କ କବଳରୁ ନିଜକୁ ଖସାଇ ପଳାଇଆସିବାକୁ ସକ୍ଷମ ହୋଇଥିଲେ ।

ଗଲା ଶୁକ୍ରବାର ମଧ୍ୟ ନୟାପଲ୍ଲୀ ଅଂଚଳରେ ଜଣେ ଗାଡ଼ି ମାଲିକଙ୍କ ସମେତ କାର୍‌ଟିକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ତେବେ ରାସ୍ତାରେ ଦୁର୍ଘଟଣା ଘଟିବାରୁ କାର୍‌ ଛାଡ଼ି ଫେରାର୍‌ ହୋଇଯାଇଥିଲେ । ଏ ସମସ୍ତ ଘଟଣାରେ ଲୁଟେରାମାନଙ୍କୁ ଧରିବାକୁ ପ୍ରୟାସ ଚଳାଇଛି କମିଶନରେଟ୍‌ ପୋଲିସ ।  

   Related Posts