‌ସାମ୍ବାଦିକଙ୍କ ପୁଅକୁ ଅପହରଣ ପରେ ହତ୍ୟା, ଟଙ୍କା ପାଇଁ ୯ ବର୍ଷୀୟ ନାବାଳକକୁ ଉଠାଇ ନେଇଥିଲା କାର୍‌ ମେକାନିକ୍

Published By : Prameya-News7 Bureau | October 22, 2020 IST

ହାଇଦ୍ରାବଦ ୨୨/୧୦: ଜୀବନଶୈଳୀ ପରିବର୍ତ୍ତନ ପାଇଁ କିଡ୍‌ନାପ୍‌ର ରାସ୍ତା ବାଛିଲା ଗାଡ଼ି ମେକାନିକ୍‌। ନିଜ ପେଡ଼ୋଶୀଙ୍କ ୯ ବର୍ଷର ପୁଅକୁ କିଡନାପ୍ କରି ମାଗିଲା ୪୫ ଲକ୍ଷ ଟଙ୍କା। ଧାର କରଜ କରି ଟଙ୍କା ନେଇ ପହଞ୍ଚିବା ପୂର୍ବରୁ ପୁଅକୁ ମାରି ଫେରାର ହୋଇଯାଇଥିଲା ଅଭିଯୁକ୍ତ। ଏମିତି ଏକ ଛାତିଥରା ଘଟଣା ଘଟିଛି ମହବୁବାବାଦ ଜିଲ୍ଳାରେ।

ଧନୀ ହେବା ନିଶାରେ ଅଭିଯୁକ୍ତ କାର୍‌ ମେକାନିକ୍‌ ଜଣେ ତେଲୁଗୁ ଟିଭି ଚ୍ୟାନେଲ୍‌ ରିପୋର୍ଟରଙ୍କ ୯ ବର୍ଷର ପୁଅକୁ ଖେଳୁଥିବା ବେଳେ  କିଡ୍‌ନାପ କରିଥିଲା। କିଡ୍‌ନାପ କରିବା ପରେ ବିଭିନ୍ନ ନମ୍ବରରୁ ପରିବାର ଲୋକଙ୍କୁ କଲ୍‌ କରି ୪୫ ଲକ୍ଷ ଟଙ୍କା ଦେଲେ ପୁଅକୁ ଛାଡ଼ିବ ବୋଲି ଧମକ ଦେଇଥିଲା। ନାବାଳକଙ୍କ ମା’କୁ କଲ୍‌ କରି ପୋଲିସ୍‌କୁ ଖବର ଦେଲେ ପୁଅକୁ ଜୀବନରୁ ମାରିଦେବ ବୋଲି ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ।

{"id":349117,"width":582,"height":326,"sizeSlug":"large"}

ମହବୁବାବାଦ ଏସପି ନନ୍ଦିଆଲା କୋଟି ରେଡ୍ଡୀ  କହିଛନ୍ତି, ବନ୍ଧୁମାନଙ୍କ ସହ ଖେଳୁଥିବା ବେଳେ ନାବାଳକୁ ଟଙ୍କା ଲୋଭରେ ଅପହରଣ କରିଥିଲା ଅଭିଯୁକ୍ତ। କିନ୍ତୁ ଅପହରଣ ବେଳେ ବାଳକଟି ବିଲକୁଲ ଭୟ କରିନଥିଲା କାରଣ ଅଭିଯୁକ୍ତ ହିଁ ତାର ପେଡ଼ୋଶୀ ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଅଭିଯୁକ୍ତ ନାବାଳକୁ ଗିରଫ କରିବାର କେବଳ ଦୁଇ ଘଣ୍ଟା ପରେ ଗଳା ଚିପି ହତ୍ୟା କରିଥିଲା। ପରେ ମୃତଦେହକୁ ପୋଡ଼ି ଦେଇଥିଲା।

ଏହି ଘଟଣା ରବିବାର ଘଟିଥିବା ବେଳେ ବହୁ ପ୍ରୟାସ ପରେ ଗୁରୁବାର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ। ନାବାଳକର ପରିବାରକୁ ଯେଉଁ ନମ୍ବରରେ ଅଭିଯୁକ୍ତ କଲ୍‌ କରୁଥିଲା ତାହା ଟ୍ରେସ୍‌ କରିବା ପୋଲିସ୍‌ ପାଇଁ ସହଜ ନଥିଲା। କାରଣ ସେ ବିଭିନ୍ନ ଆପ୍ଳିକେସନ୍‌ ମାଧ୍ୟମରେ କଲ୍‌ କରୁଥିଲା ବୋଲି ଏସପି ରେଡ୍ଡୀ କହିଛନ୍ତି।

ତେବେ ଅପହୃତ ନାବାଳକର ଘର ପାଖରେ ଥିବା ପାଖାପଖି ୩୦ ଜଣଙ୍କୁ ପୋଲିସ ପଚରାଉରା କରିବା ପରେ ଅଭିଯୁକ୍ତକୁ ଜାଣିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ମନ୍ଦ ସାଗରକୁ ମହବୁବାବାଦରୁ ହିଁ ଗିରଫ କରିଛି ପୋଲିସ। ପଚରାଉଚରା ପରେ ଅଭିଯୁକ୍ତ ସାଗର ସମସ୍ତ ଘଟଣା କହିଥିଲା ।

{"id":349118,"sizeSlug":"large"}

 ନାବାଳକ ଜଣଙ୍କ ତାହା ସହିତ ଯିବାରେ କୁଣ୍ଠା ପ୍ରକାଶ କରିନଥିଲା। କାରଣ ସାଗର ତା ପଡ଼ୋଶୀ ଥିଲା। ତାକୁ ଅପହରଣ କରି ରଳାପୁସଳାପଲି ନେଇଥିଲା ବୋଲି କହିଛି ସାଗର। ସେଠାରେ ପହଞ୍ଚି ତା ପରିବାର ଲୋକଙ୍କୁ ୪୫ ଲକ୍ଷ ଟଙ୍କା ଦୋବକୁ ଦାବି କରିଥିଲା। କିନ୍ତୁ ସେତେବେଳେ ସେ ଭାବିଲା କି ନାବାଳକ ଜଣଙ୍କ ବଞ୍ଚିଗଲେ ତା ନାଁ ବାହାରେ ପ୍ରକାଶ କରିଦେବ। ତେଣୁ ସେ ନାବାଳକର ଗଳା ଚିପି ହତ୍ୟା କରିଥିଲା। ପ୍ରମାଣ ନଷ୍ଟ ପାଇଁ ନାବାଳକର ମୃତଦେହକୁ ଜାଳି ଦେଇଥିବା କହିଛି ଅଭିଯୁକ୍ତ ସାଗର। ଏନେଇ ଏସ୍‌ପି ରେଡ୍ଡୀ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.