ଭାରସାମ୍ୟ ହରାଇ ନଦୀକୁ ଖସିଲା କାର୍, ଗାଡିରେ ଥିଲେ ୫ ଜଣ

Published By : Prameya-News7 Bureau | June 24, 2021 IST

ମାଥିଲି ୨୪।୬: ଭାରସାମ୍ୟ ହରାଇ ନଦୀକୁ ଖସିଲା କାର୍ । ଦୁର୍ଘଟଣା ବେଳେ କାର୍ ରେ ଥିଲେ ୫ ଜଣ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମରେ ।

{"id":470454,"width":749,"height":396,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମରେ ଭାରସାମ୍ୟ ହରାଇ ନଦୀକୁ ଖସିପଡିଥିଲା କାର୍ । ଏହା ଦେଖି ସ୍ଥାନୀୟ ଲୋକେ କାର୍ ମଧ୍ୟରେ ଥିବା ୫ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସମସ୍ତଙ୍କୁ ମାଥିଲି ମେଡିକାଲକୁ ପଠାଇଛନ୍ତି ସ୍ଥାନୀୟ ଲୋକେ । କାରଟି ଭୁବନେଶ୍ବରରୁ ମାଲକାନଗିରି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.