ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ୨ କାର୍ ଲୁଟେରା, ବିଭିନ୍ନ ଥାନାରେ ରହିଛି ୨୦ ଅଧିକ ମାମଲା

Published By : Prameya-News7 Bureau | January 02, 2021 IST

ଭୁବନେଶ୍ୱର ୦୨।୦୧: ସ୍ପେଶାଲ୍‌ ସ୍କ୍ୱାର୍ଡ ପଞ୍ଝାରେ ୨ଜଣ କାର୍‌ ଲୁଟେରା । ଜଗତସିଂହପୁର ଅଞ୍ଚଳରୁ ୨ଜଣ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ  ଓ ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ନିକଟରୁ ଲୁଟ୍‌ କାର ଜବତ କରାଯାଇଛି ।

{"id":385746,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ବହୁ ଦିନ ଧରି ଏମାନେ ବିଭିନ୍ନ ସ୍ଥାନରେ କାର୍‌ ଲୁଟ୍‌ ଘଟଣାରେ ସାମିଲ ଥିଲେ । ଯାହାକୁ ନେଇ ସ୍ପେଶାଲ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଶେଷରେ ଜଗତସିଂହପୁର ଅଞ୍ଚଳରୁ  ୨ଜଣ କାର୍‌ ଲୁଟେରାଙ୍କୁ ଗିରଫ ହୋଇଛନ୍ତି । ସ୍ପେଶାଲ ସ୍କ୍ୱାର୍ଡ  ଓ ଖଣ୍ଡଗିରି ଥାନା ପୋଲିସ ମିଳିତ ଅପରେସନରେ ୨ ଲୁଟେରାଙ୍କୁ ଗିରଫ କରିଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଅନେକ ଥାନାରେ ଉଭୟଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି । ଲୁଟେରାଙ୍କୁ ପଚରାଉଚରା ଜାରି ରହିଛି । କିଛି ନୂଆ ତଥ୍ୟ ମିଳିବାରେ ଆଶା ରଖିଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.