ପୋଲିସ ସହ ଲୁଚକାଳି ଖେଳ ପରେ ଧରାପଡ଼ିଛନ୍ତି କାର୍‌ ଲୁଟେରା : ହେଲେ ପୋଲିସ ପଞ୍ଝାକୁ ଆସିନି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ୍‌

Published By : Prameya-News7 Bureau | July 02, 2019 IST

ଭୁବନେଶ୍ବର ୨/୭: ଗଲା କିଛି ଦିନ ହେଲା ରାଜଧାନୀରେ ବାରମ୍ବାର କାର୍‌ ଲୁଟ୍‌ ଘଟଣା କମିଶନରେଟ୍‌ ପୋଲିସର ନିଦ ହଜାଇଦେଇଥିଲା । ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । କାର୍‌ ଲୁଟ୍‌ କରି ପଳାଉଥିବା ବେଳେ ସହିଦ୍‌ ନଜର ଓଭରବ୍ରିଜ୍‌ ଉପରେ ଦୁର୍ଘଟଣାର ଶିକାର ହୋଇଥିଲେ ଲୁଟେରା । ଆଉ ପୋଲିସ ହାତରେ ଧରାପଡ଼ିଯାଇଥିଲେ । ୪ କାର୍‌ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ଟି କାର୍‌ ଜବତ୍‌ କରିଛି ସ୍ପେଶାଲ ସ୍କ୍ବାର୍ଡ଼ । ….

{"id":129823}

ଲମ୍ବା ସମୟ ଧରି ପୋଲିସ ସହ ଲୁଚକାଳି ଖେଳ ପରେ ଧରାପଡ଼ିଛନ୍ତି କାର୍‌ ଲୁଟେରା । ୪ କାର୍‌ ଲୁଟେରାଙ୍କୁ ଧରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ହେଲେ ପୋଲିସ ପଞ୍ଝାକୁ ଆସିନି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ୍‌। ଗଲା ଜୁନ୍‌ ୭, ବିଳମ୍ବିତ ରାତିରେ ନୟାପଲ୍ଲୀ ଏନଓ୍ବାନ୍‌ ଏରିଆରେ ରହୁଥିବା ଶିବ ସୁନ୍ଦର ଦାସ୍‌ ନିଜ କାର୍‌ରେ ଶୋଇଥିବା ବେଳେ କାର୍‌ ସହ ତାଙ୍କୁ ଅପହରଣ ଉଦ୍ୟମ କରିଥିଲେ କିଛି ଦୁର୍ବୃତ୍ତ । ହେଲେ ସହିଦ ନଗର ଓଭରବ୍ରିଜ୍‌ ଉପରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଜ କାର୍‌ ସହ ଶିବ ସୁନ୍ଦରଙ୍କ କାର୍‌କୁ ମଧ୍ୟ ଛାଡ଼ି ପଳାଇଥିଲେ  ଅପହରଣକାରୀ । ଦୁର୍ବୃତ୍ତ ଛାଡ଼ି ଯାଇଥିବା କାର୍‌ ଭିତରୁ ପୋଲିସକୁ ମିଳିଥିଲା ସୁରାକ୍‌ ।ଆଉ ପୋଲିସ ପଞ୍ଝାକୁ ଆସିଥିଲେ ୪ କାର୍‌ ଲୁଟେରା । ସେମାନେ ହେଲେ ନୟାଗଡ଼ ଜିଲ୍ଲା ହରିପୁରର ପଦ୍ମଲୋଚନ ନାୟକ, କଟକ ଜିଲ୍ଲା ଟାଙ୍ଗୀର କଳ୍ପତରୁ ଜେନା, ଆଠଗଡ଼ ଅରଖପାଟଣାର ମୁନ୍ନା ବାରିକ୍‌ । ଏମାନଙ୍କ ପାଖରୁ ଲୁଟ୍‌ କାର୍‌ କିଣୁଥିବା ଢ଼େଙ୍କାନାଳ ଲକ୍ଷ୍ମୀବଜାରର ସନ୍ତୋଷ ସାହୁକୁ ମଧ୍ୟ ଉଠାଇଛି ସ୍ପେଶାଲ ସ୍କ୍ବାର୍ଡ଼ । ଆଉ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡକୁ ଧରିବାକୁ ଚାଲିଛି ଚେଷ୍ଟା ।

{"id":129824}

କେବଳ ରାଜଧାନୀରେ ନୁହେଁ ନୟାଗଡ଼, କଟକ, ଆଠଗଡ଼ ଆଦି ଅଂଚଳରୁ କାର୍‌ ଲୁଟ୍‌ କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ଲୁଟେରାମାନେ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲୁଟେରାଙ୍କ କାର୍‌ ମଧ୍ୟ ଏକ ଚୋରି କାର୍‌ ବୋଲି ଜଣାପଡ଼ିଛି । ଗିରଫ ଲୁଟେରାଙ୍କ ପାଖରୁ ଏକ ଦାମୀ ବାଇକ୍‌ ମଧ୍ୟ ଜବତ କରିଛି ପୋଲିସ ।

{"id":129825}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.