ଲକ୍‌ଡାଉନ୍‌ରେ ମାତିଛନ୍ତି ଲୁଟେରା, ଘର ସାମ୍ନାରୁ କାର୍ ଲୁଟ୍

Published By : Prameya-News7 Bureau | June 01, 2020 IST

ଚନ୍ଦ୍ରଶେଖରପୁର ୦୧।୦୬: ଲକ୍‌ଡାଉନ୍‌ରେ ମାତିଛନ୍ତି ୪ ଚକିଆ ଗାଡ଼ି ଚୋର । ଘର ସାମ୍ନାରୁ ଚୋରି କରି ନେଉଛନ୍ତି ଦାମୀ କାର୍‌ । ଏମିତି ଚୋରି ହୋଇଥିବା ଅଭିଯୋଗ ଆସୁଛି ଚନ୍ଦ୍ରଶେଖରପୁର ଅଞ୍ଚଳରୁ । ଲକ୍‌ଡାଉନର ମାସକ ମଧ୍ୟରେ ଏହି ଅଞ୍ଚଳରୁ ୫ ଗାଡି ଚୋରି ହୋଇଛି । ଯାହା ଏବେ ଅଞ୍ଚଳବାସୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତ ଶୁକ୍ରବାର ବିଳମ୍ବିତ ରାତିରେ ପଟିଆ କାନନ ବିହାର ଫେଜ୍‌-୨ରୁ ଏକ କାର୍‌ (ଓଡି୦୨ଏଏକ୍ସ୯୩୬୪)ଚୋରି ହୋଇଛି ।

ଗାଡ଼ିର ମାଲିକ ଜୁମା ଖାନ୍‌ ଲକ୍‌ଡାଉନ୍‌ ପାଇଁ ନିଜ ଗାଁକୁ ଅନ୍ୟ ଏକ କାର୍‌ରେ ପଳାଇ ଯାଇଥିଲେ । ଘର ଆଗରେ ତାଙ୍କର ଅନ୍ୟ ଏକ କାର୍‌ ପାର୍କିଂ ହୋଇଥିଲା । କାର୍‌ ଚୋରି ହୋଇଥିବା ଖବର ପାଖ ପଡୋଶୀଙ୍କ ଠାରୁ ପାଇ ଗତକାଲି ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ । ଏନେଇ ଶ୍ରୀ ଖାନ୍‌ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଯାଞ୍ଚ୍‌ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.