Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଚୌଦ୍ୱାର ଛକ ନିକଟରେ ଟ୍ରକକୁ ପଛପଟୁ ପିଟିଲା କାର୍ :୨ ମୃତ, ୩ ଗୁରୁତର

1/07/2019 at 12:44 PM

ଚୌଦ୍ୱାର ୧/୭ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବ୍ରାହ୍ମଣଭୋଗ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁସାରେ, ଯାଜପୁରରୁ ୫ ଜଣ ଏକ ମାରୁତି ସିଆଜ କାର ଓଡ଼ି ୦୨ ଏକ୍ସ୨୨୦୦ ନମ୍ବରରେ ଚଣ୍ଡିଖୋଲରୁ ଭୁବନେଶ୍ୱର ଯାଉଥିଲେ ।

ରାଜପଥର ବ୍ରହ୍ମଣଭୋଗ ନିକଟରେ ରାସ୍ତା ଉପରେ ଛିଡ଼ାହୋଇଥିବା ଏକ ଟ୍ରକ ପଛରେ କାରଟି ପିଟି ହୋଇଯାଇଥିଲା । କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଡ୍ରାଇଭର ସହ ଆଗରେ ବସିଥିବା ଅନ୍ୟ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟ ହୋଇଯାଇଥିଲା ।

ପଛରେ ବସିଥିବା ଅନ୍ୟ ତିନି ଜଣ ଚାପିହୋଇ ରହିଯାଇଥିଲେ ।ଖବର ପାଇ ଟାଙ୍ଗୀ ପୋଲିସ ଓ ଚୌଦ୍ୱାର ଅଗ୍ନି ସମ କର୍ମଚାରୀ ମାନେ ଆସି ଗ୍ୟାସ କଟର ସାହାଯ୍ୟରେ କାରକୁ କାଟି ସମସ୍ତ ଙ୍କୁ ଉଦ୍ଧର କରିଥିଲେ।ଗୁରୁତର ମାନଙ୍କୁ scb ମେଡିକାଲ କୁ ପଠାଯାଇଛି । ଟ୍ରକଟି ଘଟଣା ସ୍ଥଳରୁ ପଳାଇ ଯିବାରେ ସକ୍ଷମ ହୋଇଥିଲା। ।

   Related Posts