ଜୟପୁରରେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା କାର ; ୨ ମୃତ,୩ ଆହତ

Published By : Prameya-News7 Bureau | August 31, 2018 IST

ଜୟପୁର ୩୧/୮ : ଜୟପୁର ଜିଲ୍ଲା ବୈପାରିଗୁଡା ଟାପାଯୋଡି ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ମୃତାହତ ଗୋଟିଏ ପରିବାରର ବୋଲି ଜଣାପଡିଛି । ପରିବାର ସହ ଏକ କାର ନେଇ ଯାଉଥିବା ବେଳେ କାରଟି ଗଛକୁ ଧକା ଦେଇଥିଲା । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣକର ଚିକିଟାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣ ପଡିଛି । ଆହତଙ୍କୁ ପ୍ରଥମେ ବୈପାଇଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁଟ ସ୍ଥିତ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଜଣଙ୍କ ହେଲେ ମାଲକାନଗିରି ଅଞ୍ଚଳର ଶ୍ରୀ ଚୈତନ୍ୟ ମହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.