ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

କଟକ ପାରାଦୀପ ରାସ୍ତାର ପଥୁରିଆ ଛକରେ ଦୁର୍ଘଟଣା : ବାପା-ପୁଅଙ୍କ ସମେତ ୩ମୃତ

5/09/2018 at 3:30 PM

ପାରାଦୀପ ୫|୯: କଟକ ପାରାଦୀପ ରାସ୍ତାର ପଥୁରିଆ ଛକରେ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ସ୍କୁଟିକୁ କାର ଧକ୍କା ଦେବାଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ୩ ମୃତକଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ମୃତକ ହେଲେ ବଡପାଳ ଅଞ୍ଚଳର ବାପା ପରିକ୍ଷୀତ ଶତପଥି ଓତାଙ୍କ ୮ ବର୍ଷର ପୁଅ ଓମ୍ । ଅନ୍ୟ ଜଣେ ତାଙ୍କର ପୁତୁରା ବୈଦନାଥ ଶତପଥୀ ବୋଲି ଜଣାପଡିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି | ତେବେ ପରିକ୍ଷୀତ ଶତପଥୀ ପେସାରେ ଜଣେ ପଣ୍ଡିତ ବୋଲି ଜଣାପଡିଛି । ଘଟଣାସ୍ଥଳରେ ତହସିଲଦାର ଓ ଏସଡିପିଓ ପହଂଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ତେବେ କାରରେ ମଧ୍ୟ ୮ଜଣ ଥିବା ସୂଚନା ମିଳିଛି । ୮ ଜଣଙ୍କ ମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

   Related Posts