ବୋଗିଵିଲ ବ୍ରିଜରେ ଦୁର୍ଘଟଣା: ୭ବର୍ଷ ଶିଶୁକୁ ଧକ୍କା ଦେଲା କାର, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଦୁର୍ଘଟଣାର ଭିଡିଓ

Published By : Prameya-News7 Bureau | December 30, 2018 IST

ଗୁଆହାଟୀ ୩୦/୧୨ : ଡିସେମ୍ବର ୨୫ ତାରିଖରେ ଉଦଘାଟନ ହୋଇଥିଲା ଦେଶର ସବୁଠାରୁ ଲମ୍ବା ବ୍ରିଜ ବୋଗିଵିଲ ବ୍ରିଜ | ଉଦଘାଟନ ହେବାର କିଛି ଦିନ ଭିତରେ ଏହି ବ୍ରିଜରେ ଦୁର୍ଘଟଣା ହୋଇଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି | ବ୍ରିଜ ଉପରେ ରାସ୍ତା ପାରି ହେବାବେଳେ ଜଣେ ୭ବର୍ଷ ବୟସ୍କ ନାବାଳକକୁ ଏକ କାର ଧକ୍କା ଦେଇଥିଲା | ତେବେ କାର ଭିତରେ ବସିଥିବା ବ୍ୟକ୍ତି ସେତେବେଳେ କ୍ୟାମେରା ଅନ କରି ଯାତ୍ରା କରୁଥିଲେ | ଶିଶୁକୁ ଧକ୍କା ଦେଇଥିବା ଘଟଣା କ୍ୟାମେରାରେ କଏଦ ହୋଇଛି | କାରଟି ଶିଶୁକୁ ଧକ୍କା ଦେବା ଘଟଣା ରେକର୍ଡିଙ୍ଗ ହୋଇଯାଇଥିଲା | ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି |

wp:html
/wp:html


ଦୁର୍ଘଟଣା ପରେ ଶିଶୁକୁ ତୁରନ୍ତ ସ୍ଥାନୀୟ ଆସ୍ଥା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆସାମ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି | ଦୁର୍ଘଟଣାରେ ଗୁରୁତର ଥିବା ଶିଶୁ ତିନସୁକିଆ ଅଂଚଳର ସୌରଭ ବୋଲି ଜଣାପଡିଛି | ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି |

{"id":68667}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.