ଗୁଜରାଟ ସୁରଟରେ ଦୁର୍ଘଟଣା ! ୩ ଟି ବାଇକକୁ ଧକ୍କା ଦେଲା କାର

Published By : Prameya-News7 Bureau | July 02, 2018 IST

ଗୁଜରାଟ ସୁରଟରେ ଦୁର୍ଘଟଣା | କାର ଧକ୍କାରେ ୩ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ସୁରଟ ଦୀନଦଲି ଓଭର ବ୍ରିଜ ନିକଟରେ ଏକ କାର ଭାରସାମ୍ୟ ହରାଇ ୩ ଟି ବାଇକକୁ ଧକ୍କା ଦେଇଥିଲା | ଘଟଣାସ୍ଥଳରେ ହିଁ ୩ ଜଣକର ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଓ ଜଣେ ମହିଳା ଅଛନ୍ତି | ଘଟଣାସ୍ଥଳରୁ କାର ଡ୍ରାଇଭର ଫେରାର ହୋଇଯାଇଛି | ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.