ଗାଡି ଅଟକାଇବାକୁ କହିଲା ପୋଲିସ: ଚାଳକ ସ୍ପିଡରେ କାର ଚଳାଇ ଧକ୍କା ମାରି ଫେରାର, କୋମାରେ ଏଏସଆଇ

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮।୦୮: ଦେଶର ରାଜଧାନୀ ନୂଆଦିଲ୍ଲୀର ସଡକରେ ଟ୍ରାଫିକ ନିୟମର ପାଳନ କରାଇବା କୌଣସି ବିପଦଠୁ ବି କମ ନୁହେଁ। କାରଣ ଟ୍ରାଫିକ ପୋଷ୍ଟରେ ନିୟୋଜିତ ପୋଲିସଙ୍କ ପ୍ରତି ଦୁର୍ଘଟଣାର ବିପଦ ମଧ୍ୟ ରହିଥାଏ। ଏହି ପରି ସଦ୍ୟତମ ମାମଲା ରଘୁବୀର ନଗର ଇଲାକାର ଗନ୍ଦା ନାଲାରେ ଘଟିଛି। ଏଠାରେ ଟ୍ରାଫିକ ପୋଲିସର ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର ମହାବୀର ଯାତାୟାତ କରୁଥିବା ଗାଡିର ଯାଞ୍ଚ କରୁଥିଲେ। ଏହି ସମୟରେ ଧଳା ରଙ୍ଗର ଆସୁଥିବା ଏକ ଆଇ-୨୦ କାରକୁ ସେ ଅଟକିବାକୁ ଇସାରା କରିଥିଲେ, ମାତ୍ର କାର ଚାଳକ ନିୟମ ନମାନି ଗାଡିର ବେଗ ବଢାଇ ମହାବୀରଙ୍କ ଉପରେ ଚଢି ଫେରାର ହୋଇ ଯାଇଛି।

ଏହି ଘଟଣାରେ ୫୧ ବର୍ଷୀୟ ଏଏସଆଇ ମହାବୀର ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଟ୍ରାଫିକ ପୋଲିସ କର୍ମଚାରୀ ଆହତ ରଘୁବୀରଙ୍କୁ ତୁରନ୍ତ ପଞ୍ଜାବି ବାଗର ଶ୍ରୀବାଲାଜି ଆକ୍ସନ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଏଏସଆଇଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତରଙ୍କ ଅନୁଯାୟୀ ଏଏସଆଇ ରଘୁବୀର କୋମା ଅବସ୍ଥାକୁ ଚାଲି ଯାଇଛନ୍ତି।

ଖ୍ୟାଲା ଥାନାରେ ଅଭିଯୁକ୍ତ କାର ଚାଳକ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତର ସନ୍ଧାନରେ ଜୁଟି ଯାଇଛି। ଡିସିପି ଦୀପକ ପୁରୋହିତ କହିଛନ୍ତି ମହାବୀର ଧଳା ରଙ୍ଗର ଆଇ-୨୦ କାରକୁ ଚେକ ପୋଷ୍ଟରେ ଅଟକିବାକୁ ଇସାରା କରିଥିଲେ। ମାତ୍ର ଡ୍ରାଇଭର ଗାଡି ରଖିବା ପରିବର୍ତ୍ତେ ଆହୁରି ବେଗ ବଢାଇ ଏଏସଆଇଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଛି। ପୋଲିସ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ର ଯାଞ୍ଚ କରୁଛନ୍ତି। ଏଥିରୁ ପୋଲିସକୁ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ମିଳିଛି।

ପୋଲିସ୍ ଅନୁଯାୟୀ ଆହତ ଏଏସଆଇଙ୍କ ପୁଅ ମଧ୍ୟ ଦିଲ୍ଲୀ ପୋଲିସରେ ସବ ଇନ୍ସପେକ୍ଟର ପଦରେ କାର୍ଯ୍ୟରତ ଅଛନ୍ତି। ଉଲ୍ଲେଖନୀୟ ରାଜଧାନୀ ସଡକରେ ଚେକ ପୋଷ୍ଟରେ ଚେକିଂ କରୁଥିବା ପୋଲିସ କର୍ମଚାରୀଙ୍କୁ ଗାଡି ଧକ୍କା ମାରିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଜୁଲାଇ ୨୫ରେ ରାଜୋଗରୀ ଫ୍ଲାଇଓଭର ନିକଟସ୍ଥ ଜାତୀୟ ରାଜପଥ-୮ରେ ଦ୍ରୁତ ଗତିରେ ଯାଉଥିବା ମିନି ଟ୍ରକ ଆସିଷ୍ଟାଣ୍ଡ କମିସନର(ଟ୍ରାଫିକ) ସଙ୍କେତ କୁମାର କୌଶିକଙ୍କ ଉପରେ ଚଢି ଚାଲି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.