କାର୍‌କୁ ଧକ୍କା ଦେଲା ହାଇଓ୍ୱା, ଗୋଟିଏ ପରିବାରର ୧୦ ମୃତ

Published By : Prameya-News7 Bureau | June 16, 2021 IST

ସୁରଟ, ୧୬/୦୬ :  ଭୀଷଣ ସଡକ ଦୁର୍ଘଟଣା । ଜୀବନ ହାରିଲେ ୧୦ ଜଣ । ଏପରି ଅଭାବନୀୟ ଘଟଣା ଘଟିଛି ଗୁଜୁରାଟର ଆଣନ୍ଦ ଜିଲ୍ଲାରେ । ଜିଲ୍ଲାର ତାରାପୁର ଅଞ୍ଚଳରେ ଏକ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି । ଯେଉଁଥିରେ ସମସ୍ତ ୧୦ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ଏକ ଇକୋ କାରରେ ଗୋଟିଏ ପରିବାରର ୧୦ ଜଣ ଯାତ୍ରା କରୁଥିଲେ । କାରଟି ସୁରଟରୁ ଭାବନଗର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଆଣନ୍ଦ ଜିଲ୍ଲାର ତାରାପୁର ଇନ୍ଦ୍ରନାଜ ଗ୍ରାମ ନିକଟରେ ଏକ ହାଇଓ୍ୱା କାରରୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ଟ୍ରକ୍ ମଧ୍ୟକୁ ପସିଯାଇତିଲା । କାରଟି ଚୁରମାର ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ସମସ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମୃତଦେହ ଗୁଡିକ ଜଣଙ୍କ ଉପରେ ଜଣେ ପଡି ରହିଥିଲା ।  ତୁରନ୍ତ ପୋଲିସକୁ ସେମାନେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.