ଭଦ୍ରକର ତଳିଆ ଅଞ୍ଚଳରେ ପାଣି ପସିଲା, ପାଣି ମଝିରେ ଭାସୁଛି କାର୍

Published By : Prameya-News7 Bureau | May 26, 2021 IST

ଭଦ୍ରକ ୨୬।୫: ବାତ୍ୟା ‘ୟାସ୍‌’ର ପ୍ରଭାବ ଭଦ୍ରକ ଜିଲ୍ଲାରେ ଦେଖାଦେଇଛି । ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ଭଦ୍ରକ ସହରର ସରକାର ନଗର ନିକଟରେ ଜମି ରହିଥିବା ପାଣିରେ ଏକ କାର୍ ଭାସୁଥିବା ଦେଖିବାକୁ ମିଳିଛି ।

{"id":457415,"sizeSlug":"large","linkDestination":"none"}

ତେବେ ସରକାର ନଗର ନିକଟରେ ଏକ ଗ୍ୟାରେଜରେ ଗାଡିଗୁଡିକ ରହିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳରେ ପାଣି ପଶିଯାଇଥିବା । ଏହି ସମୟରେ ବର୍ଷା ପାଣି ପାଇଁ କାର୍ ଗୁଡିକ ଭାସୁଛି । କେତେକ ଅଞ୍ଚଳରେ ଘରଗୁଡିକ ମଧ୍ୟ ପାଣି ଘେର ରେ ରହିଛି ।

{"id":457416,"sizeSlug":"large","linkDestination":"none"}

ଅନ୍ୟପଟେ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ବିଭନ୍ନ ସ୍ଥାନରେ ଘର ଉପରେ ଗଛ ପଡିଛି । ତେବେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ର କର୍ମଚାରୀମାନେ ଗଛ କାଟିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

{"id":457439,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.