ବାହାଘରକୁ ଯାଇ ଆଉ ଫେରିଲେନି : ଅନ୍ଧାର ରାତିରେ କୂଅରେ ପଶିଗଲା କାର୍, ଚାଲିଗଲା ୬ ବରଯାତ୍ରୀଙ୍କ ଜୀବନ
9/12/2020 at 11:13 AM

ଲକ୍ଷ୍ନୌ ୦୯।୧୨: ମୃତ୍ୟୁ ବି ଏମିତି ଆସେ । ବରଯାତ୍ରୀକୁ ଯାଇଥିଲେ , କିଏ ଜାଣିଥିଲା । ତାଙ୍କର ଏହି ଯାତ୍ରା ଜୀବନର ଶେଷ ଯାତ୍ରା ପାଲଟିଯିବ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛତରପୁରରେ । ବରଯାତ୍ରାକୁ ନେଇ ଯାଉଥିବା ବୋଲେରୋଟି ଭାରସାମ୍ୟ ହରାଇ କୂଅ ଭିତରରେ ପଡିଯାଇଛି । ଯାହାଫଳରେ କି ଡ୍ରାଇଭର ସମେତ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ସମସ୍ତ ମୃତକ ଉତ୍ତରପ୍ରଦେଶ ଜିଲ୍ଲାର ବୋଲି ସୂଚନା ରହିଛି । ଦୁର୍ଘଟଣାରେ ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଖବର ଅନୁଯାୟୀ, ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଖ୍ବାସା ମାଫ୍ ଗାଁର ଲଖନ ଅହିରଓ୍ବାରଙ୍କ ପୁଅ ମନୋଜ ଅହିରଓ୍ବାରଙ୍କ ବାହାଘର ଥିଲା। ବରଯାତ୍ରୀ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଦିଓ୍ବାନ ଜି ପୁରଭା ଗାଁକୁ ଯାଇଥିଲା । ଗାଁର ଛତ୍ରପାଲ ସିଂଙ୍କ ପୁଅ ବିରେନ୍ଦ୍ର ସିଂ ନିଜ ଗାଡି ସହିତ ଏକ କାରରେ ବରଯାତ୍ରୀଙ୍କ ସହିତ ଯାଇଥିଲେ।
କାରରେ ପ୍ରାୟ ୯ ଜଣ ବରଯାତ୍ରୀ ଥିଲେ। ରାତିରେ ଫେରିବା ବେଳେ ଗାଡି ଏକ ଖୋଲା କୂଅ ଭିତରେ ଖସି ପଡିଥିଲା। ଯାହାଫଳରେ ଡ୍ରାଇଭରଙ୍କ ସମତେ ୯ଜଣ କୂଅ ଭିତରେ ପଡିଯାଇଥିଲେ । ଘଟଣାସ୍ଥଳରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କୁ ଆହତ ହୋଇଛନ୍ତି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କ ପରିଚୟ ମିଳିଛି । ମୃତକଙ୍କ ନାମ ପରମଲାଲ, ଆମନା, ହରପ୍ରସାଦ, ଭୈୟାଲାଲ, ଛତ୍ରପାଳ ସିଂହ, ପନବାଡି ରହିଛନ୍ତି । ସେହିପରି ୩ଜଣ ଆହଥଙ୍କ ମଧ୍ୟରେ କମଳ ଅହିରଓ୍ବାର, ମଥୁରା ଅହିରଓ୍ବାର, ରାମ ରତନ ରହିଛନ୍ତି ।ସମସ୍ତଙ୍କୁ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।