ଫିଲ୍ମ ଷ୍ଟାଇଲରେ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Prameya-News7 Bureau | June 19, 2021 IST

ସାନଖେମୁଣ୍ଡି,୧୯/୦୬: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରତ ପେଟ୍ରୋଲ ପମ୍ପନିକଟରେ ଦୁଇଟି କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏଥିରେ ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

{"id":468247,"sizeSlug":"large","linkDestination":"none"}

 ସୂଚନା ଅନୁସାରେ, ଓଡି୦୭ଏଏଫ୬୩୩୨ ନମ୍ବର ବିଶିଷ୍ଟ ଏକ ସବୁଜ ରଙ୍ଗର କାରଟି ଆଡ଼ବାରୁ ଜଣେ ରୋଗୀଙ୍କୁ ନେଇ ବ୍ରହ୍ମପୁର ଯାଉଥିଲା । ଏତିକି ବେଳେ ବିପରୀତ ଦିଗରୁ ଆସୁଥିବା ଓଆର୦୨ ବିଭି ୩୪୩୬ର ଏକ ଧଳା ରଙ୍ଗର କାର୍ ସହ ମୁହାଁମୁହିଁ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ତେବେ ସବୁଜ ରଙ୍ଗର ଗାଡିଟି ରାସ୍ତା କଡ଼କୁ ଖସି ପଡିଥିବା ବେଳେ ଧଳା ରଙ୍ଗର କାରଟି ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା କଲଭର୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା।

{"id":468248,"sizeSlug":"large","linkDestination":"none"}

ଉଭୟ କାରରେ ଯାତ୍ରା କରୁଥିବା ଯାତ୍ରୀ ସୁରକ୍ଷିତ ଥିବା ବେଳେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।ଦିଗପହଣ୍ଡି ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ତଦନ୍ତ ଚଲାଇଛି।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.